ଅଗ୍ନିବୀର ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ
ଖୋର୍ଦ୍ଧା, ୯ ଏପ୍ରିଲ୍ (ହି.ସ.)- ନୌସେନା ଚିଲିକା ପ୍ରଶିକ୍ଷଣ କ୍ୟାମ୍ପସ ପରିସରରେ ଜଣେ ଅଗ୍ନିଵୀର ଯବାନ ଗୁରୁବାର ଆତ୍ମହତ୍ୟା କରିଛନ୍ତି । ମୃତ ଅଗ୍ନିଵୀର ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ମିରଠ ଜିଲ୍ଲାର କାର୍ତ୍ତିକ ଯାଦବ । ତେବେ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ
Agniver


ଖୋର୍ଦ୍ଧା, ୯ ଏପ୍ରିଲ୍ (ହି.ସ.)- ନୌସେନା ଚିଲିକା ପ୍ରଶିକ୍ଷଣ କ୍ୟାମ୍ପସ ପରିସରରେ ଜଣେ ଅଗ୍ନିଵୀର ଯବାନ ଗୁରୁବାର ଆତ୍ମହତ୍ୟା କରିଛନ୍ତି । ମୃତ ଅଗ୍ନିଵୀର ଜଣକ ହେଉଛନ୍ତି ଉତ୍ତରପ୍ରଦେଶ ମିରଠ ଜିଲ୍ଲାର କାର୍ତ୍ତିକ ଯାଦବ । ତେବେ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡିରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ନାଭାଲ ଫାଣ୍ଡି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande