
କେନ୍ଦ୍ରାପଡ଼ା, ୦୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ ବାସୁଦେବ ମେଲଣ ମହୋତ୍ସବ ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ରେ ଏହି ସୋତନ୍ତ୍ର ଭାଗବତ ମେଲଣକୁ ନେଇ ଭବ୍ୟ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବାସୁଦେବ ଯୁବ ପରିଷଦ ତ୍ରାମାଟିକ କ୍ଲବ୍ ଦ୍ୱାରା ଦୁଇ ରଜନୀ ଧରି ମୁକ୍ତମଂଚ ନାଟକ ପ୍ରଦର୍ଶିତ ହୋଇଥିଲା। ପ୍ରଥମ ରଜନୀରେ “ଏ କେମିତିକା ସମ୍ପର୍କ” ନାମକ ନାଟକ ଓ ଦ୍ୱିତୀୟ ରଜନୀରେ “ପୁଅ ଜନ୍ମ କରି ପାପ କରିଚି” ନାଟକ ମଂଚସ୍ଥ ହୋଇଥିଲା। ଉଭୟ ନାଟକକୁ ଶ୍ରୀପତି ଲେଙ୍କା ନିର୍ଦ୍ଦେଶନା ଦେଇଥିବା ବେଳେ ଭରଦ୍ୱାଜ ଓଝା ସଙ୍ଗୀତର ଭାର ସମ୍ଭାଳି ଥିଲେ । ଏଥିରେ ଅମରେଶ ସେନାପତି,ପବିତ୍ର ରାଉତ,ପ୍ରତାପ ସ୍ୱାଇଁ,ଦେବେନ୍ଦ୍ର ରାଉତ,ହିମାଂଶୁ ବାରିକ, ରଶ୍ମିରଞ୍ଜନ ପରିଡା, ମୁକ୍ତେଶ୍ୱର ସ୍ୱାଇଁ, ବୁଟୁନା ଦାଶ,ବିଭୂତି ସ୍ୱାଇଁ, କୁନା ବାରିକ, ଚଗଲା ସାମଲ, ପରମାନନ୍ଦ ସୂତାର, ସୁଭ୍ରଜିତ୍ ନାୟକ, ଅମରେନ୍ଦ୍ର ସାହୁ, ରାକେଶ ଲେଙ୍କା, ଲିପୁନା ପରିଡା ଅଭିନୟ କରିଥିବା ବେଳେ ଏହି ଦୁଇଟି ନାଟକ ଦର୍ଶକମାନଙ୍କ ମନକୁ ଛୁଇଁଥିବା ସହ ସମାଜିକ ସନ୍ଦେଶ ଦେଇଥିଲା। ଏହି ବିଶାଳ କାର୍ଯ୍ୟକ୍ରମକୁ ଉପଦେଷ୍ଟା ନରେଶ ରାଉତ, ପ୍ରଶାନ୍ତ ରାଉତ, ଅଭୟ ସାହୁ, ମହେନ୍ଦ୍ର ସ୍ୱାଇଁ, ଜ୍ୟୋତିପ୍ରକାଶ ପରିଡାଙ୍କ ସମେତ ବାସୁଦେବ ମେଲଣ ମହୋତ୍ସବର ସଭାପତି ଦୀପକ କୁମାର ପରିଡା ସମ୍ପାଦକ ଦୁଷ୍ମନ୍ତ କୁମାର ସେନାପତି ସଫଳ କରିବାରେ ବାସୁଦେବ ଯୁବ ପରିଷଦ ସହ କିଣିଲୋ ଗ୍ରାମବାସୀଙ୍କର ସକ୍ରିୟ ସହଯୋଗ ଉଲ୍ଲେଖନୀୟ ରହିଛି। ସମ୍ମିଳିତ ପ୍ରୟାସରେ ଏପରି ଭବ୍ୟ ଆୟୋଜନ ସମ୍ଭବ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ରବି