ଚୈତ୍ର ମହୋତ୍ସବ ପାଇଁ କୈବର୍ତ ମହାସଭା ର ପ୍ରସ୍ତୁତି ବୈଠକ ଓ କର୍ମକର୍ତା ନିର୍ବାଚନ
କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) ନିଖିଳ ଓଡିଶା କୈବର୍ତ ମହାସଭା ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆସନ୍ତା ମଇ ୨ ଓ ୩ ତାରିଖ ଦିନ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଂଚଳର ସାନ୍ତସାହି ସ୍ଥିତ କୈବର୍ତ ଭବନ ପରିସର ରେ ପୂର୍ବତନ ଜ
ଚୈତ୍ର ମହୋତ୍ସବ ପାଇଁ କୈବର୍ତ ମହାସଭା ର ପ୍ରସ୍ତୁତି ବୈଠକ ଓ କର୍ମକର୍ତା ନିର୍ବାଚନ


କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) ନିଖିଳ ଓଡିଶା କୈବର୍ତ ମହାସଭା ର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆସନ୍ତା ମଇ ୨ ଓ ୩ ତାରିଖ ଦିନ ରାଜ୍ୟ ସ୍ତରୀୟ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୈାରାଂଚଳର ସାନ୍ତସାହି ସ୍ଥିତ କୈବର୍ତ ଭବନ ପରିସର ରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଗେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ବୈଠକ ଓ କର୍ମକର୍ତା ନିର୍ବାଚନ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ଡ଼ଃ ଦେବେନ୍ଦ୍ର ନାଥ ବେହେରା ଓ ଉପ ସଭାପତି ଇଂ ବିଷ୍ଣୁ ଚରଣ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ହେବାକୁ ଥିବା ଚୈତ୍ର ମହୋତ୍ସବ ରେ ସାଂସଦ, ମନ୍ତ୍ରୀ, ବିଧାୟକଙ୍କ ସମେତ ସମାଜର ବହୁ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ଉତ୍ସବକୁ ପାଳନ ପାଇଁ ନୂତନ ଭାବେ କର୍ମକର୍ତା ନିର୍ବାଚନ କରାଯାଇଥିଲା । ଜିଲ୍ଲା ସଭାପତି ରଂଜନ କୁମାର ବେହେରା, ଉପ ସଭାପତି ମହେନ୍ଦ୍ର ବେହେରା, ସଂପାଦକ ନାରାୟଣ ପ୍ରସାଦ ବେହେରାଙ୍କ ସମେତ ସଂଜିବ କୁମାର ବେହେରା, ଅଶୋକ କୁମାର ବେହେରା, ପାର୍ବତୀ ବେହେରା, ସରସ୍ୱତୀ ବେହେରାଙ୍କୁ ଯୁଗ୍ମ ସଂପାଦକ ଭାବେ ମନୋନିତ କରାଯାଇଛି । କୈଳାସ ଚନ୍ଦ୍ର ବେହେରା ହିସାବ ସମୀକ୍ଷକ ଓ ଫକୀର ବେହେରା, ପବିତ୍ର କୁାର ବେହେରା, ଭାବଗ୍ରାହୀ ବେହେରା, ତୁଷାରିକା ବେହେରା, ରାଜେନ୍ଦ୍ର ବେହେରା ପ୍ରମୁଖ ୨୦ ଜଣ ସଦସ୍ୟଙ୍କୁ ଆଂଚଳିକ ସଂପାଦକ ଭାବେ ନିର୍ବାଚିତ କରାଯାଇଛି । ବୋଲି ଜିଲ୍ଲା ସଂପାଦକ ନାରାୟଣ ପ୍ରସାଦ ବେହେରା ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande