ସାର ହୋଲସେଲରଙ୍କ ଗୋଦାମ ଉପରେ ଚଢଉ
ଜୟପୁର, ୦୯ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ପ୍ରଶାସନ ନିଦ୍ଦେଶ ରେ କୃଷି ବିଭାଗ ତରଫରୁ ସାର କଳାବଜାର ବନ୍ଦ କରିବା ନେଇ ଚଢଉ କରାଯାଇଛି । ଆଜି କୃଷି ବିଭାଗ ପକ୍ଷରୁ ଜୟପୁର ସହରର ହୋଲସେଲର ଦେଓଚାନ୍ଦ ଚମ୍ପାଲାଲଙ୍କ ଗୋଦାମ ଗୃହ ଉପରେ ଚଢଉ କରାଯାଇଥିଲା । ଏଥିରେ ଗଚ୍ଛିତ ସାର ବସ୍ତା ଗୁଡିକର ଗଣତ
ସାର ହୋଲସେଲରଙ୍କ ଗୋଦାମ ଉପରେ ଚଢଉ


ଜୟପୁର, ୦୯ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ପ୍ରଶାସନ ନିଦ୍ଦେଶ ରେ କୃଷି ବିଭାଗ ତରଫରୁ ସାର କଳାବଜାର ବନ୍ଦ କରିବା ନେଇ ଚଢଉ କରାଯାଇଛି । ଆଜି କୃଷି ବିଭାଗ ପକ୍ଷରୁ ଜୟପୁର ସହରର ହୋଲସେଲର ଦେଓଚାନ୍ଦ ଚମ୍ପାଲାଲଙ୍କ ଗୋଦାମ ଗୃହ ଉପରେ ଚଢଉ କରାଯାଇଥିଲା । ଏଥିରେ ଗଚ୍ଛିତ ସାର ବସ୍ତା ଗୁଡିକର ଗଣତି କରାଯିବା ସହିତ ଅନ୍ୟାନ୍ୟ କାଗଜପତ୍ର ଯାଂଚ କରାଯାଇଥିଲା । ଏଥିରେ କିଛି ଅନିୟମତା ରହିଥିବା ଜଣାପଡିବା ପରେ କୃଷି ବିଭାଗ ପକ୍ଷରୁ ହୋଲସେଲରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଛି । ଏହି ଚଢଉ ଓ ଯାଂଚ ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ଦଶବେହେରା, ଜୟପୁର ସହକାରୀ ଜିଲ୍ଲା କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କୋରାପୁଟ ଭାରପ୍ରାପ୍ତ ସହକାରୀ ଜିଲ୍ଲା କୃଷି ଅଧିକାରୀ କାହ୍ନୁ ଚରଣ ଦାସ, ସହକାରୀ କୃଷି ଅଧିକାରୀ ସ୍ମିତା ପାଢୀ, ପ୍ରଶାନ୍ତ କୁମାର ପୃଷ୍ଟି ପ୍ରମୁଖ ସାମିଲ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande