



ବଲାଙ୍ଗୀର, ୦୯ ଏପ୍ରିଲ୍(ହି.ସ.) – ଆଜି ସନ୍ଧ୍ୟାରେ ବଲାଙ୍ଗିର କୋଶଳ କଳା ମଣ୍ଡଳ ମଂଚରେ ବଲାଙ୍ଗୀର ସଂସ୍କରଣ ସମ୍ବାଦର ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂମ୍ପାଦକ ତନୟା ପଟ୍ଟନାୟକ ଙ୍କ ନେତୃତ୍ୱରେ ଉଦ୍ଘାଟନ ଉତ୍ସବ ରେ ଓଡ଼ଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହଲିଙ୍ଗ, ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଅତିଥି ଭାବରେ ଯୋଗଦେଇ ଏହି ସଂସ୍କରଣ ଏଠାରୁ ସଂସ୍କରଣ ପ୍ରକାଶନ ପରେ ଏହି ଅଂଚଳ ବିକାଶ ଦିଗରେ ସହାୟକ ହେବ। ଏହି ଅଂଚଳ କଥା ଓ ବ୍ୟଥା ପ୍ରକାଶ ପାଇବ। ସମ୍ବାଦ ବାର୍ତା ସଂମ୍ପାଦକ ଭବାନୀ ସଙ୍କର ତ୍ରୀପାଠୀ, ସମ୍ବଲପୁର ଆଂଚଳିକ ସାଧାରଣ ପରିଚାଳକ ସୁବ୍ରତ ନାଏକ, ବଲାଙ୍ଗୀର ସଂସ୍କରଣ ମୁଖ୍ୟ ପାର୍ଥ ମହାପାତ୍ର ମଂଚାସିନ ଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ