
ଗଞାମ, ୯ ଏପ୍ରିଲ୍ (ହି.ସ.)- ଜିଆରଏସ ନିଯୁକ୍ତି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯାଇଛି। ଏହା ଖୋଜି ବାହାର କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସାତଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ଫାଇଲ ହଜିଛି। ଏଥିପାଇଁ କିଏ ଉତ୍ତରଦାୟୀ ଜଣାଇଵାକୁ କୁହାଯାଇଛି। ଜିଲ୍ଲା ପରିଷଦ ମୂଖ୍ୟ ଅଧିକାରୀ ସମୀର ଜେନା ମଧ୍ୟ ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି।ଏହି ଫାଇଲ କାହା ପାଖରେ ଥିଲା ଓ କାହିଁକି ମିଳୁନାହିଁ ତାହା ତୁରନ୍ତ ଜଣାଇବାକୁ ଏଷ୍ଟାବ୍ଲିସମେଣ୍ଟ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ