ଓଡ଼ିଆ ପକ୍ଷ ପାଳନର ନବମ ଦିବସ : 'ଆସ ବହିଟିଏ କିଣିବା' ଅଭିଯାନ

ସମ୍ବଲପୁର, ୦୯, ଏପ୍ରିଲ୍ (ହି.ସ.)

ଆଜି ଓଡ଼ିଆ ପକ୍ଷ-୨୦୨୬ ପାଳନ ଉପଲକ୍ଷେ ନବମ ଦିବସରେ ସମ୍ବଲପୁର ଜିଲ୍ଲାରେ ଆସ ବହିଟିଏ କିଣିବା” ଅଭିଯାନ ଦିବସ ସମ୍ବଲପୁର ଜିଲ୍ଲାର ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସ୍ଥିତ ପାଠାଗାର ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିବସରେ ନିଜେ ବହିଟିଏ କିଣିବା ସହ ଅନ୍ୟ ମାନଙ୍କୁ ବହି କିଣିବା ପାଇଁ ସଚେତନ କରି ଓଡିଆ ପକ୍ଷ ଅଭିଯାନକୁ ସଫଳ କରିବା ପାଇଁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଓଡିଆ ଗଳ୍ପ, ଓଡିଆ ପ୍ରବନ୍ଧ, ଓଡିଆ କବିତା ଓ ଅନ୍ୟାନ୍ୟ ଓଡ଼ିଆ ପୁସ୍ତକ କିଣିଥିଲେ। ସମ୍ବଲପୁର ଜିଲ୍ଲାର ଅନ୍ୟ ମହାବିଦ୍ୟାଳୟ ମାନଙ୍କରେ ମଧ୍ୟ ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande