ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ କର୍ମଚାରୀଙ୍କ ଅକାଳ ବିୟୋଗ
କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ମାହାକାଳପଡା ଥାନା ଅଧିନ ୰ କିଶୋର ଚନ୍ନଦ୍ର ନାୟକଙ୍କ କନିଷ୍ଠ ପୁତ୍ର ତଥା ଭାରତ ସରକାରଙ୍କ ଯୁବ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟରତ ଥିବା କିଂସୁକ ଚନ୍ଦ୍ର ନାୟକଙ୍କ ହୃଦଘାତ ରେ ଅକାଳ ବିୟୋଗ ହୋଇଯାଇଛି । ସଂର୍ଗତ କିଂସୁକ ଜଣେ କୃତୀ ଛାତ୍ର ହୋ
ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ କର୍ମଚାରୀଙ୍କ ଅକାଳ ବିୟୋଗ


କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) କେନ୍ଦ୍ରାପଡା ଜିଲ୍ଲା ମାହାକାଳପଡା ଥାନା ଅଧିନ ୰ କିଶୋର ଚନ୍ନଦ୍ର ନାୟକଙ୍କ କନିଷ୍ଠ ପୁତ୍ର ତଥା ଭାରତ ସରକାରଙ୍କ ଯୁବ ବିଜ୍ଞାନ ସଂସ୍ଥାନରେ କାର୍ଯ୍ୟରତ ଥିବା କିଂସୁକ ଚନ୍ଦ୍ର ନାୟକଙ୍କ ହୃଦଘାତ ରେ ଅକାଳ ବିୟୋଗ ହୋଇଯାଇଛି । ସଂର୍ଗତ କିଂସୁକ ଜଣେ କୃତୀ ଛାତ୍ର ହୋଇଥିବା ବେଳେ କର୍ମକ୍ଷେତ୍ର ରେ ମଧ୍ୟ ନିଜର ବ୍ୟବହାର ଓ କର୍ତବ୍ୟ ନିଷ୍ଠା ପାଇଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ । ତାଙ୍କ ବିୟୋଗରେ ସହକର୍ମୀ, ସହପାଠୀ ଓ ସାଙ୍ଗସାଥୀ ମାନେ ତାଙ୍କପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande