
କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.):ଓଡିଶାର ପୂର୍ବତନ ଉପ ବାଚଷ୍ପତି ତଥା ବାଗ୍ମୀ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତି ପୁନସ୍ଥାପନ କରିବାକୁ କେନ୍ଦ୍ରାପଡା ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି । ୰ ମଙ୍ଗରାଜଙ୍କ ପ୍ରତିମୂର୍ତି ୧୯୮୯ ମସିହା ଠାରୁ ତିନିମୁହାଣୀ ଠାରେ ସ୍ଥାପନ କରାଯାଇ ବିଭିନ୍ନ ଜାତୀୟ ଉତ୍ସବ ମାନଙ୍କରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯା ଆସୁଥିଲା । ଚଳିତ ମାସ ୪ ତାରିଖରେ ମଙ୍ଗରାଜଙ୍କ ପ୍ରତିମୂର୍ତିକୁ ସେଠାରୁ ହଟାଇ ଦିଆ ଯାଇଥିବାରୁ ମହାସଂଘ ପକ୍ଷରୁ ଦୁଃଖ ପ୍ରକାଶ କରାଯିବା ସହ ପୁନସ୍ଥାପନ ପାଇଁ ଦାବି କରାଯାଇଛି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଭାପତ ଶରତ କୁମାର ବେହୁରାଙ୍କ ସମେତ ଗୋଲକ ଚନ୍ଦ୍ର ପଢିଆରୀ, ଡ଼ଃ ଚୈତନ୍ୟ ଚରଣ ପରିଡା, ସୁଶିଲ କୁମାର ସାମଲ, ସୁମନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି