କୋଲାବ ନଗର ଠାରେ ମାନସିକଧାରୀଙ୍କ ଦଣ୍ଡନାଚ
ଜୟପୁର, ୯ ଏପ୍ରିଲ୍ (ହି.ସ.)- କୋରାପୁଟ ବ୍ଲକ କୋଲାବ ନଗର ଠାରେ ମାନସିକଧାରୀଙ୍କ ଦଣ୍ଡ ନାଚ ହୋଇଛି l ପ୍ରତ୍ଯକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଲାବ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ସାମ୍ନା ପ୍ରାଙ୍ଗଣରେ ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି l ଆମ ଓଡ଼ିଆଙ୍କ ପରମ୍ପରା ଅନୁଯାଇ, ଚୈତ୍ର ପୁର୍ଣିମା ଠାରୁ ଦକ୍ଷି
କୋଲାବ ନଗର ଠାରେ ମାନସିକ ଧାରୀଙ୍କ ଦଣ୍ଡନାଚ


ଜୟପୁର, ୯ ଏପ୍ରିଲ୍ (ହି.ସ.)- କୋରାପୁଟ ବ୍ଲକ କୋଲାବ ନଗର ଠାରେ ମାନସିକଧାରୀଙ୍କ ଦଣ୍ଡ ନାଚ ହୋଇଛି l ପ୍ରତ୍ଯକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଲାବ ନଗର ସ୍ଥିତ ଜଗନ୍ନାଥ ମନ୍ଦିର ସାମ୍ନା ପ୍ରାଙ୍ଗଣରେ ଦଣ୍ଡ ନାଚ ଅନୁଷ୍ଠିତ ହୋଇଯାଇଛି l ଆମ ଓଡ଼ିଆଙ୍କ ପରମ୍ପରା ଅନୁଯାଇ, ଚୈତ୍ର ପୁର୍ଣିମା ଠାରୁ ଦକ୍ଷିଣ ଓଡିଶାରେ ଦଣ୍ଡ ନାଚ ଆରମ୍ଭ ହୋଇ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ l ଏହି ପରିପ୍ରେକ୍ଷୀରେ ମନ୍ଦିର ପରିଚାଳନା କମିଟି ତରଫରୁ ଦଣ୍ଡ ନାଚ ଆୟୋଜନ କରାଯାଇଥିଲା l ଜୟପୁର ସ୍ଥିତ ପାଇକ ସାହି ମା ଦଣ୍ଡକାଳୀ ମନ୍ଦିରରୁ ପାଟ ଦଣ୍ଡୁଆ ଲକ୍ଷ୍ମଣ ନାୟକ ଓ କାଳିସୀ ବିଶ୍ୱନାଥ ଗୌଡ଼ ଆଜ୍ଞା ମାଳ ନେଇ ଘଣ୍ଟ, ଢୋଲ, କାହାଳି ଆଦି ପାରମ୍ପରିକ ବାଦ୍ୟ ବଜାଇ ଆସିଥିଲେ l କୋଲାବ ନଗର ସ୍ଥିତ ଭୁତ ନଗର ରାମ ଛକ ଠାରୁ ମାନସିକଧାରୀ ଭକ୍ତମାନେ ଦୁବ, ଚାଉଳ, ବରକୋଳି ପତ୍ର, ଶଙ୍ଖା ସିନ୍ଦୁର ଓ କଳାଶାଢ଼ୀ ଦେଇ ମା ଙ୍କୁ ବାଟ ବରଣ କରି ନଗର ପରିକ୍ରମା କରେଇ ଆଣି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସନ କରାଯାଇଥିଲା l ସେଠାରେ ମା ଙ୍କୁ ଧୂପ ଦୀପ, ଝୁଣା ଦେଇ ପୂଜା କରି ନୈବେଦ୍ୟ ଅର୍ପଣ କରିଥିଲେ l ଏହାପରେ ଧୂଳି ଦଣ୍ଡ, କୋଲାବ ନଦୀରେ ପାଣିଦଣ୍ଡ, ସନ୍ଧ୍ୟାରେ ଅଗ୍ନି ଦଣ୍ଡ କରି ନଗର ଅଂଚଳ ପରିକ୍ରମା କରାଯାଇଥିଲା l ନଦୀ କୁଳରେ ମା ଙ୍କ ପଣା ସେବନ ଓ ମଧ୍ୟ ରାତ୍ରରେ ଅନ୍ନ ପ୍ରସାଦ ସେବନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ରାତି ସାରା ମା ଙ୍କ ନିକଟରେ ଗଞ୍ଜାମ କନିସି ଅଂଚଳରୁ ଆସିଥିବା ଭାରତ ଲୀଳା ମନୋରଞ୍ଜନ କାର୍ଯ୍ୟକ୍ରମ କମିଟି ତରଫରୁ ପରିବେଷଣ କରାଯାଇଥିଲା l

ଏହି ସମସ୍ତ କାର୍ଯ୍ୟକ୍ରମକୁ କମିଟି ର ସିମାଞ୍ଚଳ ନାହାକ, ସତ୍ୟନାରାୟଣ ଦଳାଇ, ଶଶୀଭୁଷଣ ସ୍ୱାଇଁ, ଯୋଗେନ୍ଦ୍ର ଜେନା, ପ୍ରସାଦ ରାଓ, ନରସିଂହ ଗୌଡ଼, ସୁଦାମ ପଟନାୟକ, ହରିହର ବେହେରା, ବିଜୟ ନାହାକ ଓ ତାରିଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ l ଦଣ୍ଡ ନାଚ ଦକ୍ଷିଣ ଓଡିଶା ର ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ହୋଇଥିବା ବେଳେ ଏହା ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବାରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ ପାଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande