ଓଡ଼ିଆ ପକ୍ଷ ଅବସରରେ ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ
ସୁବର୍ଣ୍ଣପୁର, ୦୯ ଏପ୍ରିଲ୍(ହି.ସ.) – ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ “ଆସ ବହିଟିଏ କିଣିବା ଦିବସ ଅଭିଯାନ” ଶୀର୍ଷକରେ ଏକ ପୁସ୍ତକ ଷ୍ଟଲ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଷ୍ଟଲର ଶୁଭ ଉଦଘା
ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ


ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ


ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ


ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ


ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ


ସୁବର୍ଣ୍ଣପୁର, ୦୯ ଏପ୍ରିଲ୍(ହି.ସ.) – ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ “ଆସ ବହିଟିଏ କିଣିବା ଦିବସ ଅଭିଯାନ” ଶୀର୍ଷକରେ ଏକ ପୁସ୍ତକ ଷ୍ଟଲ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା। ଏହି ଷ୍ଟଲର ଶୁଭ ଉଦଘାଟନ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା କରିଥିଲେ।

କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼ ସୌମ୍ୟରୁପା ରଥ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.଼ ଉଷାରଣୀ ଦାସ ଷ୍ଟଲକୁ ପରିଦର୍ଶନ କରି ବହି କ୍ରୟ କରିଥିଲେ। ଜିଲ୍ଲାର ବିଭିନ୍ନ ଅଧିକାରୀମାନେ ମଧ୍ୟ ଷ୍ଟଲକୁ ଯାଇ ବହି କିଣିଥିଲେ।

ଏହାସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀମାନେ ପରିଦର୍ଶନ କରି ବହି କ୍ରୟ କରିଥିଲେ। ଏହି ପୁସ୍ତକ ବିକ୍ରୟ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ପରିଚାଳନା କରିଥିଲେ। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିକ୍ରୟ ଚାଲିଥିଲା।

ଷ୍ଟଲରେ ଓଡିଶା ଓ ସୁବର୍ଣ୍ଣପୁରର କଳା, ସଂସ୍କୃତି ଓ ଇତିହାସ ଉପରେ ଆଧାରିତ ଆଂଚଳିକ କବି, କବିୟତ୍ରୀ, ଲେଖକ ଓ ଲେଖିକାଙ୍କ ପୁସ୍ତକ ଉପଲବ୍ଧ ଥିଲା। ଏହା ମାଧ୍ୟମରେ ଆଂଚଳିକ ଲେଖକମାନଙ୍କୁ ପ୍ରୋତ୍ସାହନ ମିଳିଥିବାବେଳେ ସେମାନଙ୍କ ରଚନାର ପ୍ରଚାର ପ୍ରସାର ହୋଇଥିଲା। ମୋଟ ୨୦୦ ଖଣ୍ଡ ପୁସ୍ତକ ବିକ୍ରୟହୋଇ ମୂଲ୍ୟ ୧୦,୦୦୦ ଟଙ୍କା ଆଦାୟ ହୋଇଥିଲା। ଏହି ଦିବସକୁ ସଫଳ କରିବାରେ ଜିଲ୍ଲାପାଳ କାର୍ଯାଳୟର ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande