ମାଲପଡା ନାଗରିକ କମିଟିର ବୈଠକ
ବଲାଙ୍ଗିର, ୯ ଏପ୍ରିଲ୍ (ହି.ସ.)- ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମାଲପଡାର ବିଭିନ୍ନ ସମସ୍ୟା ଘନ ଘନ ବିଦ୍ୟୁତ କାଟ, ସନ୍ଧ୍ୟାରେ ଅତ୍ୟାଧିକ ମଶାର ଉପଦ୍ରବ ନିର
ମାଲପଡା ନାଗରିକ କମିଟି ର ବୈଠକ


ବଲାଙ୍ଗିର, ୯ ଏପ୍ରିଲ୍ (ହି.ସ.)- ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ପଂଚାନନ ସେଠ ଗତ ମାସର ବିବରଣୀ ପାଠ କରିଥିଲେ । ଏହି ବୈଠକରେ ମାଲପଡାର ବିଭିନ୍ନ ସମସ୍ୟା ଘନ ଘନ ବିଦ୍ୟୁତ କାଟ, ସନ୍ଧ୍ୟାରେ ଅତ୍ୟାଧିକ ମଶାର ଉପଦ୍ରବ ନିରାକରଣ ପାଇଁ ସଭ୍ୟମାନେ ମତ ପ୍ରକାଶ କରିଥିଲେ ଏବଂ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାଚକ୍ରରେ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଦସ୍ୟ ଆକୁଳ ବେହେରା, ଦେବଜ୍ୟୋତି ଯୋଷୀ, ଛବିଲାଲ ବେହେରା, ପ୍ରଦୀପ ନେପାକ, ଗଣେଷରାମ ବେହେରା, ଅମୀୟ ମିଶ୍ର, ସନ୍ତୋଷ ସାହୁ, ସୁବାଷ ପାତ୍ର, ସୁରେଶ ଅଗ୍ରୱାଲ, କାଉନସିଲର ମହେନ୍ଦ୍ର ବାଗ, ବିମଲ ଚକ୍ରବର୍ତ୍ତି ଭାଗ ନେଇଥିଲେ । ଶେଷରେ ଅଶୋକ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande