ସଙ୍ଗୀତ ଆଲବମ ଚନ୍ଦନ ବନ ମୁକ୍ତି ଅପେକ୍ଷାରେ
କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଆନୁକୁଲ୍ୟରେ ପ୍ରସ୍ତୁତ ଭଜନ, ଆଧୁନିକ ଏବଂ ସ୍ଵାଗତ ସଙ୍ଗୀତର ଏକ ଅଭିନବ ସମନ୍ୱୟର ଆଲବମ୍ ଚନ୍ଦନ ବନ ଇତି ମଧ୍ୟରେ କଟକର ତ୍ରିଶୁଳିଆ ସ୍ଥିତ ସାଇ ଷ୍ଟୁଡ଼ିଓରେ ସଫଳତାର ସହିତ ରେକର୍ଡ
ସଙ୍ଗୀତ ଆଲବମ ଚନ୍ଦନ ବନ ମୁକ୍ତି ଅପେକ୍ଷାରେ


କେନ୍ଦ୍ରାପଡା-09 ଏପ୍ରିଲ୍ (ହି.ସ.) ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଆନୁକୁଲ୍ୟରେ ପ୍ରସ୍ତୁତ ଭଜନ, ଆଧୁନିକ ଏବଂ ସ୍ଵାଗତ ସଙ୍ଗୀତର ଏକ ଅଭିନବ ସମନ୍ୱୟର ଆଲବମ୍ ଚନ୍ଦନ ବନ ଇତି ମଧ୍ୟରେ କଟକର ତ୍ରିଶୁଳିଆ ସ୍ଥିତ ସାଇ ଷ୍ଟୁଡ଼ିଓରେ ସଫଳତାର ସହିତ ରେକର୍ଡିଙ୍ଗ ହୋଇ ଯାଇଛି। ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ବିଶିଷ୍ଟ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଆଲବମ୍ ରେ ଛଅ ଗୋଟି ଗୀତ ରହିଛି। ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଭଜନ ଚନ୍ଦନ ବୋଳା ତନୂ ନୁହେଁ ସେତ, ମାଡ଼ ଗାଳି ଖିଆ ଏବଂ କାଳିଆର ହାତ ଘୋରି ହୋଇଗଲା ଗୀତ ତିନୋଟିକୁ ବିଶିଷ୍ଟ କଣ୍ଠଶିଳ୍ପୀ ଉପେନ୍ଦ୍ର ପାଢ଼ୀ ଗାଇଛନ୍ତି। ବିମଳ ପରିଡାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ତୁମେ ପାପୀର ରାମ, ହାତ ପାହାନ୍ତାରୁ ଏବଂ ସ୍ବାଗତମ୍ ଶୀର୍ଷକ ତିନୋଟି ଗୀତ ପାଇଁ ନିରୁପମା ଜେନା କଣ୍ଠଦାନ କରିଛନ୍ତି। ଆସନ୍ତା ମହା ବିଷୁବ ସଂକ୍ରାନ୍ତି ଅବସରରେ ଏହି ଆଲବମ୍ ଟି ମୁକ୍ତିଲାଭ କରିବ ବୋଲି ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ତଥା ପ୍ରଯୋଜିକା ଶ୍ରୀମତୀ ଧୀରାମଣି ପରିଡା ଜଣାଇଛନ୍ତି। ଏହି ଆଲବମ୍ ର ସମସ୍ତ ଗୀତଜନସାଧାରଣଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ବେଶ୍ ଆଶାବାଦୀ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande