ନୂତନ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ
ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାତିକେଲା ଗ୍ରାମପଞ୍ଚାୟତର କାତିକେଲା ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଏକ ନୂତନ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୀଲ ପଟେଲ ଯୋଗଦେଇ କହିଛନ
ନୂତନ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ


ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାତିକେଲା ଗ୍ରାମପଞ୍ଚାୟତର କାତିକେଲା ଉନ୍ନିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଏକ ନୂତନ ଉଚ୍ଚ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୀଲ ପଟେଲ ଯୋଗଦେଇ କହିଛନ୍ତି, ଚଳିତ ଶିକ୍ଷାବର୍ଷରୁ ଏହି ବିଦ୍ୟାଳୟରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ତେଣୁ ଏଠାରେ ଅଭିଭାବକମାନେ ନିଜ ପିଲାଙ୍କ ନାମ ଲେଖାଇବାକୁ ସେ ଅନୁରୋଧ କରିଛନ୍ତି । କାତିକେଲା ସରପଞ୍ଚ ପୁଷ୍ପାଞ୍ଜଳି କାଲୋ, ପ୍ରଧାନଶିକ୍ଷକ ଦେବେନ୍ଦ୍ର ନାୟକ, ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଓ ଶିକ୍ଷୟିତ୍ରୀ ଜୟକୁମାରୀ ଭୋଇ ଅତିଥିଙ୍କୁ ସ୍ବାଗତ କରିଥିଲେ।

ଏଥିରେ ଭୁର୍ଗାମୁଣ୍ଡା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପୂଣ୍ୟପ୍ରଭା ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ଲିଲିମା ରୋହିଦାସ, କାତିକେଲା ନାଏବ ସରପଞ୍ଚ ଜିତେନ୍ଦ୍ର ଧୁରୁଆ, ୱାର୍ଡ ସଭ୍ୟ ଲକ୍ଷ୍ୟପତି ଦେହେରିଆ, ଲଳିତ ସାହୁ, ପ୍ରେମସାଗର ଦେହେରିଆଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ବଡ଼ମାଲ ସିଆରସିସି ଚେମାନନ୍ଦ ଦେହେରିଆ ଧନ୍ୟବାଦଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande