ଗରମ ଓ ଗୁଳୁଗୁଳି ନେଇ ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର, ୯ ଅପ୍ରେଲ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଗରମ ଓ ଗୁଳୁଗୁଳି ନେଇ ଅପ୍ରେଲ ୧୧ ତାରିଖ ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲ
ଗରମ ଓ ଗୁଳୁଗୁଳି ନେଇ ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ


ଭୁବନେଶ୍ୱର, ୯ ଅପ୍ରେଲ (ହି.ସ.)- ଗରମ ଓ ଗୁଳୁଗୁଳି ନେଇ ଆସନ୍ତା ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ଗରମ ଓ ଗୁଳୁଗୁଳି ନେଇ ଅପ୍ରେଲ ୧୧ ତାରିଖ ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି ।

ସେହିପରି ଗରମ ଓ ଗୁଳୁଗୁଳି ନେଇ ୧୨ ତାରିଖ ପାଇଁ ୧୧ ଜିଲ୍ଲା, ୧୩ ତାରିଖ ପାଇଁ ୧୧ ଜିଲ୍ଲା, ୧୪ ତାରିଖ ପାଇଁ ୧୧ ଜିଲ୍ଲା ଏବଂ ୧୫ ତାରିଖ ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande