
ଜୟପୁର, ୯ ଏପ୍ରିଲ୍ (ହି.ସ.)- ଜୟପୁର ବାବା ସାହେବ କଲ୍ୟାଣ ମଣ୍ଡପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ର କାର୍ଯ୍ୟ।ଦେଶ ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଜୟପୁର ପୌରପାଳିକା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନିପତି, ସମ୍ମାନିତ ଅତିଥି ଭାବେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଉପାଧ୍ୟକ୍ଷ ବି ସୁନିତାଙ୍କ ସହ କାଉନସିଲର ମାନେ ଉପସ୍ଥିତ ଥିଲେ । ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୟପୁର ପୌରାଞ୍ଚଳର ୧୩୮ ଜଣ ହିତାଧିକାରିଙ୍କୁ କାର୍ଯ୍ୟ।ଦେଶ ପ୍ରଦାନ କରାଯାଇଛି । ବିଧାୟକ ବାହିନିପତି ଯୋଗଦେଇ କାର୍ଯ୍ୟ।ଦେଶ ବଣ୍ଟନ କରିଥିଲେ । ଯେଉଁ ହିତାଧିକାରିମାନେ କାର୍ଯ୍ୟ।ଦେଶ ପାଇଛନ୍ତି ସେମାନେ ତୁରନ୍ତ ଘର କାମ ଆରମ୍ଭ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । କାର୍ଯ୍ୟ।ଦେଶ ପ୍ରଦାନ ପରେ କେତେକ ଦଲାଲ ମୁଁ କରାଇ ଦେଲି କହି ଟଙ୍କା ମାଗିବେ ସେଥିପାଇଁ ସମସ୍ତେ ସଜାଗ ହୁଅନ୍ତୁ । କାହାକୁ ଟଙ୍କାଟିଏ ବି ଦେବେ ନାହିଁ । ବିଲ୍ ସମୟରେ ହେଉ କି ଫଟୋ ଉଠାଇବା ସମୟରେ ବି ଟଙ୍କା ଦେବେ ନାହିଁ । ଯିଏ ଟଙ୍କା ମାଗୁଛି ତୁରନ୍ତ ବିଧାୟକ, ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର କାର୍ଯ୍ୟନିର୍ବାହୀ ଅଧିକାରି ନଚେତ କାଉନସିଲର ମାନଙ୍କୁ ଜଣାଇବେ । ଜାଣାଇବାପରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ବାହିନିପତି ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି