
ସମ୍ବଲପୁର, ୦୯ , ଏପ୍ରିଲ୍ (ହି.ସ.) - ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନାରେ ୨୦୨୦ ସେପ୍େଟମ୍ବର ୧୫ ତାରିଖରେ ହୋଇଥିବା ଏକ ସମ୍ବେଦନଶୀଳ ପୋସ୍କୋ ମାମଲା ୧୩୭/୨୦କୁ ଶୁଣାଣି କରି ଆଜି ମାନ୍ୟବର ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬(୨)(ନ)/୩୭୬(୩)/୫୦୬ ସହିତ ପୋସ୍କ ଆଇନର ଧାରା ୬ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଥିଲା।
ଘଟଣାର ବିବରଣୀ ଅନୁଯାୟୀ
୧୫.୦୯.୨୦୨୦ ତାରିଖ ଦ୍ୱିପ୍ରହର ସାଢ଼େ ଦୁଇଟା ବେଳେ ପୀଡିତାଙ୍କ ବାପା ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଥିଲେ ଯେ, ତାଙ୍କର ଅପ୍ରାପ୍ତ ବୟସ୍କା ଝିଅ ପ୍ରାୟ ୬ ମାସର ଗର୍ଭବତୀ ଥିବା ଚିହ୍ନଟ ହୋଇଛନ୍ତି। ପିଡୀତା ଟିଅକୁ ପଚରା ଉଚାରା କରିବା ପରେ ପୀଡିତା କହିଥିଲେ ଯେ, ୨୦୧୮ ରୁ ଅଭିଯୁକ୍ତ ସହିତ ତାଙ୍କର ଶାରୀରିକ ସମ୍ପର୍କ ରହି ଆସିଥିଲା। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ବିଭିନ୍ନ ସମୟରେ ପୀଡିତାଙ୍କ ଘରେ, ସେ ଏକା ଥିବା ସମୟରେ କ୍ରମାଗତ ଶାରୀରିକ ସମ୍ପର୍କ କରି ଆସୁଥିଲା। ପରେ ଏହି ଘଟଣା ପ୍ରଘଟ ହେବାରୁ କାମୁକ ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ପରିବାରକୁ ଶୀଳ ଅଶ୍ମୀଳ ଗାଳିଗୁଲଜ କରିବା ସହ ବିଭିନ୍ନ ଧମକ ଚମକ୍ ଦେଇ ଭୟଭୀତ କରାଇବା ସହ ଆକ୍ରମଣ ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ୨୦୨୬ ଏପ୍ରିଲ ୦୯ ତାରିଖ ତଥା ଆଜି
ସମ୍ବଲପୁରର ଅତିରିକ୍ତ ସେସନ୍ସ ଜଜ-କମ୍-ସ୍ପେଶାଲ କୋର୍ଟ (ପୋସ୍କ) ଅଭିଳାଶ ସେନାପତି ମାମଲାର ଶୁଣାଣି ଓ ସାକ୍ଷ୍ୟ ପ୍ରମାଣ ଭିତିରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋସ୍କ
ଆଇନର ଧାରା ୬ ଅନୁଯାୟୀ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅର୍ଥ ଅନାଦେୟ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବାକୁ ପଡିବ। ଏହି ମାମଲାରେ ଡାକ୍ତରୀ ପରୀକ୍ଷା ଓ ବୈଜ୍ଞାନିକ ଡିଏନ୍ଏ ପ୍ରମାଣ ଆଧାରରେ ଅଭିଯୁକ୍ତର ଦୋଷ ପ୍ରମାଣିତ ହୋଇଥିବାରୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଭାବେ ବିବେଚନା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ