ପଞ୍ଚପଡ଼ା ହାଇସ୍କୁଲରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ
ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରୁପାନନ୍ଦ ଚୌଧୁ
ପଞ୍ଚପଡ଼ା ହାଇସ୍କୁଲରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ


ଝାରସୁଗୁଡ଼ା, ୯ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡ଼ାରେ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଏହି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରୁପାନନ୍ଦ ଚୌଧୁରୀ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୀତା ପଟେଲ, ସଦସ୍ୟା ରଞ୍ଜୁ ନେଟି ଓ ଖେଳଣା ମଗର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ବିଦ୍ୟାଳୟର ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ଯୋଗଦେଇଥିବା ନୂତନ ଛାତ୍ର ଛାତ୍ରୀଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା l

ଏହି ଉତ୍ସବରେ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ପଙ୍କଜିନୀ ପଟେଲ,ଶିକ୍ଷୟତ୍ରୀ ସୁନନ୍ଦା ଚୌଧୁରୀ, ଜୟନ୍ତୀ ନାଥ, ବିନିତା ପ୍ରଧାନ, ସଙ୍ଗୀତା କେରକେଟା, ସ୍ନେହଲତା ନାଏକ, ମିନତୀ ଚୌଧୁରୀ, ଫଗୁନି ନାଏକ, ପ୍ରମିତା ପଟେଲ, ଶିକ୍ଷକ ଆଲୋକ ଚୌଧୁରୀ, କୁଶ ଭୁଏ ପ୍ରମୁଖ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande