ଓଡ଼ିଶା ପକ୍ଷ - ୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁସ୍ତକ ମେଳା ସହ ଆସ କିଣିବା ବହିଟିଏ ଅଭିଯାନ
Asha pustak kiniba abhijana
ଓଡ଼ିଶା ପକ୍ଷ - ୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁସ୍ତକ ମେଳା ସହ ଆସ କିଣିବା ବହିଟିଏ ଅଭିଯାନ


କନ୍ଧମାଳ, ୦୯ ଏପ୍ରିଲ୍(ହି.ସ.) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଚାଲିଥିବା ଓଡ଼ିଶା ପକ୍ଷ - ୨୦୨୬ ଅବସରରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ପୁସ୍ତକ ମେଳା ସହ ଆସ କିଣିବା ବହିଟିଏ ଅଭିଯାନର କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଦେବଭୂଷଣଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ ନିଜେ ପୁସ୍ତକ କ୍ରୟ କରି ଏହି ଅଭିଯାନର ଶୁଭାରମ୍ଭ କରିବା ସହ ସମସ୍ତଙ୍କୁ ବହିଟିଏ କିଣି ପଢ଼ିବା ପାଇଁ ଅନୁରୋଧ କରିଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ପ୍ରତିଟି ଘରେ ବହି ରହିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ପକ୍ଷ ପାଳନ ସମୟରେ ଆମେ ଆମର ମାତୃଭାଷାର ବହି ପଢ଼ିବା ସହ ଅନ୍ୟମାନଙ୍କୁ ବହି ଉପହାର ଦେବା ପାଇଁ ଅନୁରୋଧ କରିଥିଲେ। ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପାଠକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ଫୁଲବାଣୀ ଉପ ଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ ଆଦି ଜିଲ୍ଲାର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଆ କ୍ଲାସିକ୍ ସାହିତ୍ୟ ଠାରୁ ଆରମ୍ଭ କରି ସାମ୍ପ୍ରତିକ ସମୟର ଶିଶୁ ସାହିତ୍ୟ ପର୍ଯ୍ୟନ୍ତ ଅନେକ ପୁସ୍ତକ ରିହାତି ଦରରେ ଉପଲବ୍ଧ କରାଯାଇଥିଲା। ଅପରାହ୍ନରେ ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପାଠାଗାର ପରିସରରେ ଆସ ବହି ପଢ଼ିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ, ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ବୃନ୍ଦ ଏକ ସାମୂହିକ ପଠନ ଚକ୍ରରେ ଯୋଗ ଦେଇଥିଲେ। ପାଠାଗାରରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଓଡ଼ିଆ ପୁସ୍ତକ ପଢ଼ିବା ସହ ସେହି ବିଷୟରେ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ନୂତନ ପିଢ଼ିର ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande