
ମାଲକାନଗିରି, ୯ ଏପ୍ରିଲ୍ (ହି.ସ.)- ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି । ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଖୋଦ୍ ଯମରାଜ ଓ ଯମ ଦୂତ ମାନେ ଗାଡ଼ି ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବୁଝାଇ ସଚେତନ କରୁଛନ୍ତି। ସହରର ପ୍ରତ୍ୟେକ ଛକ ଓ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଗାଡ଼ି ଚାଳକ ମାନଙ୍କୁ ଅଟକାଇ ଯମରାଜଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରଗୁପ୍ତଙ୍କ ଦ୍ବାରା ସଡ଼କ ସୁରକ୍ଷା ନିୟମାବଳୀ ଦେଇଥିଲେ। ସେହିପରି ପୁଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ମାଗଣା ହେଲମେଟ ଓ ଗୋଲାପ ଫୁଲ ପ୍ରଦାନ କରିବା ସହ ଗାଡ଼ି ଚଲେଇବା ନିୟମକୁ ପାଳନ କରିବା ପାଇଁ ସଚେତନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ