6 ଦିନରେ 48 ଫେରାର ଅଭିଯୁକ୍ତ ଗିରଫ
6 ଦିନରେ 48 ଫେରାର ଅଭିଯୁକ୍ତ ଗିରଫ Bhubaneswar, 09 ଏପ୍ରିଲ୍ (ହି.ସ.) ଜୟପୁର, ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ୧୬ ଵାରେଣ୍ଟିକୁ ଗିରଫ କରିଛି ସଦର ପୁଲିସ। ଜୟପୁର ସଦରଥାନା ଅନ୍ତର୍ଗତ ଏକମ୍ବା ଗ୍ରାମର ନକୁଳ ପରଜା,କୁନ୍ତରଖାଲର ସୁନ୍ଦର ପରଜା,ଦାମାପୁଟର ଡମ୍ବୁରୁ ଗୌଡ, ଅନ୍ତା ଗ୍ରାମର
6 ଦିନରେ 48 ଫେରାର ଅଭିଯୁକ୍ତ ଗିରଫ


6 ଦିନରେ 48 ଫେରାର ଅଭିଯୁକ୍ତ ଗିରଫ

Bhubaneswar, 09 ଏପ୍ରିଲ୍ (ହି.ସ.)

ଜୟପୁର,

ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ୧୬ ଵାରେଣ୍ଟିକୁ ଗିରଫ କରିଛି ସଦର ପୁଲିସ। ଜୟପୁର ସଦରଥାନା ଅନ୍ତର୍ଗତ ଏକମ୍ବା ଗ୍ରାମର ନକୁଳ ପରଜା,କୁନ୍ତରଖାଲର ସୁନ୍ଦର ପରଜା,ଦାମାପୁଟର ଡମ୍ବୁରୁ ଗୌଡ, ଅନ୍ତା ଗ୍ରାମର ଦେବ ହରିଜନ, ଆମ୍ବାଗୁଡା ଗ୍ରାମର ଦାମଦର ନାୟକ, ପାତ୍ରପୁଟ ଗ୍ରାମର ସୁକୁରୁ ମାଝି, ମକାପୁଟ ଅଞ୍ଚଳର ସୁରେନ୍ଦ୍ର ଖୋସ୍ଲା, ବ୍ରାହ୍ମଣୀଗାଁର ଭଗବତୀ ଗାଦବା, ଓ ବଲ୍ଲଭ ଗାଦବା,ଗଣେଷ ଧାକଡ,ପଟ୍ଟନାୟକଗୁଡାର ଭୀମ ପରଜା, ନନ୍ଦଗୁଡା ଗ୍ରାମର କମଲ ସନ୍ତୋଷ, କୁମୁଲିପୁଟ ଅଞ୍ଚଳର ଗୋପୀନାଥ ନାୟକ, ମୁଳାସର ଗ୍ରାମର ଗନ୍ଧର୍ବ ତନ୍ତି ଓ ସାନକାଉଡିର ସୁନା ଗାଦବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତ ୨୦୨୪ ମସିହାରୁ ଏହି ୧୬ଜଣ ଵାରେଣ୍ଟି ଫେରାର ଥିବାବେଳେ ସଦରପୁଲିସ ଗତ ଦୁଇଦିନ ଧରି ଗିରଫ ପ୍ରକିୟା ଜାରି ରଖିଥିଲା। ଏବ˚ ଆଜି ୧୬ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଜୟପୁର ସଦର ପୋଲିସ ଦିନରେ ବିଭିନ୍ନ ସ୍ଥାନରେ ଚଢାଉ କରି 48 ଅଭିଯୁକ୍ତ କୁ ଗିରଫ କରିଛି ।

ଜୟପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧିକ ମାମଲାରେ ଫେରାର ଥିବା ୮ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖି ଖୁଡୁପି ଗ୍ରାମର ନକୁଳ ମାଣ୍ଡିଆ , ବଳ ରାମ ସୌରା, ପ୍ରହଲ୍ଲାଦ ମାଣ୍ଡିଆ, ଭଗବାନ ମଲଡିଆ, ନିଳାଗୁଡା ଗ୍ରାମର ଆକାଶ ଭଇଁସା, ଅନ୍ତା ଗ୍ରାମର ସ୍ୟାମ ଘନ ବିଷୋୟୀ , ଫାମ୍ପୁଣି ଗ୍ରାମର ପଦ୍ମନ ଭୁମିଆ , ବରମୁଣ୍ଡି ଗ୍ରାମର ଗୁପ୍ତ ପ୍ରସାଦ ସାହୁ । ଗିରଫ ଅଭିଯୁକ୍ତ ଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ବିଭିନ୍ନ ସ୍ଥାନ ରେ ଚଢାଉ କରି ୮ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

ପ୍ରଥମ ଦିନରେ ୧୧ ଦ୍ୱିତିୟ ଦିନରେ ୫ ଓ ତୃତିୟ ଦିନରେ ୮ ଜଣ ଓ ଚତୁର୍ଥ ଦିନରେ 8 ଅଭିଯୁକ୍ତ କୁ ଗିରଫ କରିଛି । ଫେରାର ୮ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ହାଡିଆ ଗ୍ରାମର ଜବେଶ ହରିଜନ, ଭତ୍ରା ଗ୍ରାମର ପ୍ରକାଶ ନାଗ , ପଲରାପୁଟ ଗ୍ରାମର ଗୁରୁବନ୍ଧୁ ନାଗ, କଳାଗୁଡା ଗ୍ରାମର ମଧୁ ପୁଜାରି , ଅନ୍ତା ଗ୍ରାମର ଉଦ୍ଧବ ହରିଜନ, ଭତ୍ରା ଗ୍ରାମର ରିତିକ ହରିଜନ, ଖଣ୍ଡିଆଗୁଡା ଗ୍ରାମର ଡମଣି ଖାତି ଓ ଚନ୍ଦ୍ରମା ଖାତି । । ଗିରଫ ଅଭିଯୁକ୍ତ ଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି । ସେହିପରି ଗତ ୫ ତାରିଖରେ ଜୟପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅପରାଧିକ ମାମଲାରେ ଫେରାର ଥିବା ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବାଲିଆ ଗ୍ରାମର ବିଣା ଧର ପରଜା ଭାଜିଗୁଡା ଶିବ ଘଢେଇ, ଧଡ୍ରିଗୁଡା ଗ୍ରାମର ହରି ଗାଦବା, ଏକମ୍ବା ଗ୍ରାମର ମହେଶ୍ୱର କୁଳଦିପ, ଷ୍ଟେସନ କଙ୍ଗା ଗ୍ରାମର ତୁଳୁସା ଗଣ୍ଡ । ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଜୟପୁର ସଦର ଥାନାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି । ସେହିପରି ଗତ ୪ ତାରିଖରେ ଫେରାର ଥିବା ୧୧ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜୟପୁର ସଦର ଥାନା ଅନ୍ତର୍ଗତ ରଣ୍ଡାପିଲ୍ଲି ଗ୍ରାମର ଧନୁଯ୍ୟୟ ଖାତି, କୁମୁଲିପୁଟ ଗ୍ରାମର ବିଷ୍ଣୁ ବାହାଦୁର,ସିଆଡିମାଳ ଗ୍ରାମର ଶିବ ମୁଦୁଲି, ସାନକାଉଡି ଗ୍ରାମର ଗୋବିନାଥ ହାଲବା, ପିଣ୍ଟୁ ବାହାଦୁର, ସାନଜିଉନା ଗ୍ରାମର ଲଛମନ ନାୟକ, ପ୍ରେମ ନାୟକ, କୁମାର ନାୟକ ହରିଜନ, ବାରିଣିପୁଟ ଗ୍ରାମର ରୁଜୁ ମୁଦୁଲି, ପୁରୁଷତ୍ତମ ମୁଦୁଲି, କୈଳାଶ ଖୋସଲା । 48 ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ପୋଲିସ ତରଫରୁ ସୁଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande