ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ “ଆସ ବହିଟିଏ କିଣିବା” ଉପରେ ଆଲୋଚନାଚକ୍ର
ମାଲକାନଗିରି, ୯ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ “ଆସ ବହିଟିଏ କିଣିବା” ଶୀର୍ଷକରେ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ମୁଖ୍ୟ ଅତି
ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ “ଆସ ବହିଟିଏ କିଣିବା” ଉପରେ ଆଲୋଚନା ଚକ୍ର


ମାଲକାନଗିରି, ୯ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରିରେ “ଆସ ବହିଟିଏ କିଣିବା” ଶୀର୍ଷକରେ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଚିନ୍ମୟ ବେହେରା ଯୋଗଦେଇ ବହି ପଢ଼ିବାର ଅଭ୍ୟାସକୁ ସମାଜର ଉନ୍ନତି ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ବହି ମନୁଷ୍ୟର ଚିନ୍ତାଧାରାକୁ ପରିପକ୍ୱ କରିଥାଏ ଏବଂ ଜ୍ଞାନର ପରିସରକୁ ବିସ୍ତାର କରେ। ମୁଖ୍ୟ ବକ୍ତା ଭାବେ ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ତପନ କୁମାର ବେହେରା ବହି କିଣିବା ଓ ପଢ଼ିବାର ଆବଶ୍ୟକତା ଉପରେ ନିଜ ଅଭିଭାଷଣ ରଖିଥିଲେ। ସେ ଯୁବପିଢ଼ିଙ୍କୁ ଡିଜିଟାଲ ଯୁଗରେ ବହି ପ୍ରତି ଆଗ୍ରହ ବଢ଼ାଇବାକୁ ଆହ୍ୱାନ ଜଣାଇଥିଲେ ଓ ନିଜସ୍ୱ ବହି ସଂଗ୍ରହ ଗଠନ କରିବାକୁ ପ୍ରେରିତ କରିଥିଲେ।

କାର୍ଯ୍ୟକ୍ରମରେ ଆଡମିନିଷ୍ଟ୍ରେଟିଭ ଭାବେ ଡ଼. ପ୍ରସନ୍ନ କୁମାର ବରାଳ, ପାଠ୍ୟଚକ୍ର ସଂଯୋଜକ ପ୍ରିତମ କୁମାର ମହଲା ଏବଂ ଅଧ୍ୟାପିକା ସୁଶ୍ରୀ ପୂଜା ମହାପାତ୍ର ମଞ୍ଚାସୀନ ଥିଲେ। ସମସ୍ତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ବହିର ମୂଲ୍ୟ ଓ ପାଠନ ସଂସ୍କୃତିର ପ୍ରଚାର-ପ୍ରସାର ଉପରେ ଆଲୋକପାତ କରିଥିଲେ।

ସଂଯୋଜନା କରିଥିଲେ ସୌଦାଗର ସିଅ, ଯିଏ ସୁନିୟୋଜିତ ଭାବେ ସମସ୍ତ କାର୍ଯ୍ୟକ୍ରମକୁ ସଫଳତାର ସହ ଚାଲାଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ସମାପ୍ତିରେ, “ଆସ ବହିଟିଏ କିଣିବା” ଭଳି ଉଦ୍ୟମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ଅଭିରୁଚି ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande