ଗୈାର ସୁନ୍ଦର ସମିତି ପକ୍ଷରୁ ଇଛାପୁର ରେ ଶ୍ରୀମଦ ଭାଗବତ ପାରାୟଣ
କେନ୍ଦ୍ରାପଡା-୦୯/୦୪: କେନ୍ଦ୍ରାପଡା ପୈାରାଂଚଳ ର ଇଛାପୁର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସନ୍ନିକଟ ଗୈାର ସୁନ୍ଦର ସମିତି ର ପୂର୍ବତନ ସଭାପତି ତଥା ଶତାୟୁ ବୈଷ୍ଣବ ଦିକ୍ଷୀତ ତଥା ପୂର୍ବତନ ସବ ରେଜିଷ୍ଟାର ସ୍ୱର୍ଗତ କୃଷ୍ଣଚନ୍ଦ୍ର ମେକାପଙ୍କ ସ୍ମରୋଣତ୍ସବ ଉପଲକ୍ଷେ ଶ୍ରୀମଦ ଭାଗବତ ପାରାୟଣ ସତସଂଙ୍ଗ ଅନୁଷ୍
ଗୈାର ସୁନ୍ଦର ସମିତି ପକ୍ଷରୁ ଇଛାପୁର ରେ ଶ୍ରୀମଦ ଭାଗବତ ପାରାୟଣ


କେନ୍ଦ୍ରାପଡା-୦୯/୦୪: କେନ୍ଦ୍ରାପଡା ପୈାରାଂଚଳ ର ଇଛାପୁର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ସନ୍ନିକଟ ଗୈାର ସୁନ୍ଦର ସମିତି ର ପୂର୍ବତନ ସଭାପତି ତଥା ଶତାୟୁ ବୈଷ୍ଣବ ଦିକ୍ଷୀତ ତଥା ପୂର୍ବତନ ସବ ରେଜିଷ୍ଟାର ସ୍ୱର୍ଗତ କୃଷ୍ଣଚନ୍ଦ୍ର ମେକାପଙ୍କ ସ୍ମରୋଣତ୍ସବ ଉପଲକ୍ଷେ ଶ୍ରୀମଦ ଭାଗବତ ପାରାୟଣ ସତସଂଙ୍ଗ ଅନୁଷ୍ଠିତ ହୋଇଯାଇଛି । ପୁରୀ ଭାଗବତ ଆଶ୍ରମର ମହନ୍ତ ରଜବନ୍ଧୁ ଦାସ ମହାରାଜ ମୁଖ୍ୟ ବ୍ୟାସ ଭାବେ ଶ୍ରୀମଦ ଭାଗବତ ପାରାୟଣ କରିବା ସହ ଏହାର ତତ୍ୱାର୍ଥ ଉପରେ ପ୍ରବଚନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ମହନ୍ତ ମହାରାଜଙ୍କ ଶିଷ୍ୟ ମାନଙ୍କ ସହ ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ସେବାୟତ ବଳରାମ ସୁଆର, ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, କାଉନସିଲର କାଳୀପ୍ରସାଦ ମିଶ୍ର, ଡ଼ଃ ଦେବେନ୍ଦ୍ର କୁମାର ବସନ୍ତିଆ , ଡା ପ୍ରଫୁଲ୍ଲ କୁମାର ସାମଲ, ଇଂ ବିଷ୍ଣୁ ଚରଣ ବେହେରା, ନିରଞ୍ଜନ ପରିଡା, ସାମ୍ବାଦିକ ଦୁର୍ଗ ପ୍ରସାଦ ପତି, ଅକ୍ଷୟ କୁମାର ମେକାପ, ନରୋତମ ଦାସ, ପଣ୍ଡିତ ସତ୍ୟ ନାରାୟଣ ପତି, ହୃଷିକେଶ ସାହୁ ପ୍ରମୁଖ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ସାଧୁସନ୍ଥ ମାନେ ଅଂଶ ଗ୍ରହଣ କରିଥିଲେ । ସମାଜସେବୀ ଗଣେଶ ମେକାପ ଓ ତାଙ୍କ ପରିବାର ପକ୍ଷରୁ ଅତିଥି ସତ୍କାର କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande