
ପୁରୀ, ୦୯ ଏପ୍ରିଲ୍ (ହି.ସ.) - ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅଧିବକ୍ତା ମଧ୍ୟସ୍ଥିଙ୍କର ତାଲିମ ଶିବିର । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟ ତଥା ଜିଲ୍ଲା ଓ ଦୌରାଜଜ ଆନନ୍ଦନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାଇ ତା ୯.୪.୨୦୨୬ ରିଖରେ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲା ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅଧିବକ୍ତା ମଧ୍ୟସ୍ଥିଙ୍କର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ତାଲୁକ ଆଇନ ସେବା କମିଟି ଅଧୀନରେ ଥିବା ଅଧିବକ୍ତା ମଧ୍ୟସ୍ଥିମାନେ ଆଭାଷୀ ମାଧ୍ୟମରେ ଯୋଗଦାନ କରିଥିଲେ । ପ୍ରାଷ୍ଟକରଣର ସଚିବ ପରିତୋଷ କୁମାର ସେଠୀ ଏହି ଶିବିରକୁ ଉଦଘାଟନ କରିବା ସହ ମୋତିରାମ ବନାମ ଅଶୋକ କୁମାର ଓ ଅନ୍ୟମାନ୍ୟ ଏବଂ ପେରୀ କନସଗ୍ରା ବନାମ ସ୍ମ୍ରୀ ମଦନ କନସଗ୍ରା ସୁପ୍ରୀମକୋର୍ଟଙ୍କ ଜଜମେଂଟ ଅନୁଯାଇ ମଧ୍ୟସ୍ଥତା ସମ୍ପର୍କୀୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏହାସହିତ ବିଭିନ୍ନ କୋର୍ଟ ମାନଙ୍କ ଠାରୁ ମଧ୍ୟସ୍ଥତା ପାଇଁ ଆସିଥିବା କେସ ଗୁଡିକର କିପରି ସରଳ ଉପାୟରେ ସମାଧାନ କରାଯାଇପାରିବ ସେ ବିଷୟରେ ମଧ୍ୟ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ