
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ମେଟ୍ରୋ ପ୍ରକଳ୍ପ କାମ ଆରମ୍ଭ ହୋଇ ଆଗେଇ
ଚାଲିଥିବାବେଳେ ସରକାର କାହିଁକି ବନ୍ଦ୍ କଲେ ଜଣାନାହିଁ। କିନ୍ତୁ ଭୁବନେଶ୍ୱରକୁ ମେଟ୍ରୋର
ଆବଶ୍ୟକତା ରହିଛି ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ବିକଶିତ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ
ଦରକାର। ୨୩ ଟି ସହରରେ ମେଟ୍ରୋ ହୋଇଥିବାବେଳେ ଭୁବନେଶ୍ୱରରେ ବନ୍ଦ କାହିଁକି ବୋଲି ମେୟର ପ୍ରଶ୍ନ
କରିଥିଲେ। ସରକାରଙ୍କୁ ଅନୁରୋଧ କରିବୁ ମେଟ୍ରୋ ପ୍ରକଳ୍ପ ପାଇଁ ପୁନଃ ବିଚାର କରାଯାଉ ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା