
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଆସନ୍ତା
୧୦ତାରିଖରେ ବସିବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀଙ୍କ ଅଧ୍ୟକ୍ଷତା ଲୋକସେବା ଭବନରେ ଅନୁଷ୍ଟିତ ହେବ । ବିଭାଗୀୟ ମନ୍ତ୍ରୀ ଏବଂ ସଚିବ
ମାନେ ରହିବେ ଉପସ୍ଥିତ । ସୂଚନା ମୁତାବକ ଏହି କ୍ୟାବିନେଟରେ ୭ଟି ଏଜେଣ୍ଡା ଉପରେ ହୋଇପାରେ
ଆଲୋଚନା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ । ଏହି ବିଭାଗ
କ୍ୟାବିନେଟରେ ଉପସ୍ଥାପନ କରିପାରେ ଏକ ନୂଆ ନୀତିର ପ୍ରସ୍ତାବ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ
ପାଇଁ ପରିଚଳନ ଓ ରକ୍ଷଣାବେକ୍ଷଣ ନୀତି ‘୨୦୨୬’ ବିଭାଗ ଆଣିପାରେ । ଏହି ନୀତି ଆଣିବାର ମୁଖ୍ୟ ଲକ୍ଷ୍ୟ ବିଭାଗ ରଖିଛି କି
ରାଜ୍ୟବାସୀଙ୍କୁ ଘରେ ଘରେ ଜଳ ପ୍ରଦାନ କରି ଜଳକଷ୍ଟ ସମସ୍ୟାରୁ ଦୂରିଭୂତ କରିବା ପାଇଁ ।
ସେହିଭଳି ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ଆଇନ
ବିଭାଗ ଭଳି ଅନେକ ବିଭାଗର କ୍ୟାବିନେଟରେ ଆସିପାରେ ପ୍ରସ୍ତାବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା