୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କରିଛନ୍ତି। ବିଦ୍ୟୁତ୍ ସେବାକୁ ଅଧିକ
୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି ଗୁରୁତ୍ୱପୂର୍ଣ୍ଣ     ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାରେ ଆୟୋଜିତ ଏକ

ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩ଟି ଗ୍ରୀଡ୍ ସବଷ୍ଟେସନ୍ ଏବଂ ୮ଟି

ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନର ଲୋକାର୍ପଣ କରିଛନ୍ତି। ବିଦ୍ୟୁତ୍ ସେବାକୁ ଅଧିକ

ସୁଦୃଢ଼ ଏବଂ ନିରବଚ୍ଛିନ୍ନ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ଗୁଡ଼ିକର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ। ଭୁବନେଶ୍ୱର ଆଜି

ବିଶ୍ୱସ୍ତରୀୟ ହେବାକୁ ଯାଉଛି । ବିଦ୍ୟୁତ ସେବା କ୍ଷେତ୍ରରେ ଆପଣ ଉପଯୁକ୍ତ ସେବା ପାଇବାକୁ

ଯାଉଛି। ଏହାଦ୍ୱରା 33 ଲକ୍ଷ ଉପଭୋକ୍ତା ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓପିଟିସିଏଲ ଏକ ବର୍ଷ ଭିତରେ

ଏ ସଫଳତା ପାଇଛି। ପୂର୍ବରୁ ଆମେ କେବଳ ଚନ୍ଦକା ଗ୍ରୀଡ଼ ଉପରେ ନିର୍ଭର କରୁଥିଲେ। ଆମ ସରକାର ଏକ

ବର୍ଷରେ ଏହା କରିଛନ୍ତି। ପୂର୍ବ ସରକାରରେ ରାଜନୈତିକ ଇଛା ଶକ୍ତି ନ ଥିବାରୁ ଏ କାମ ହୋଇ ପାରୁ

ନଥିଲା। ଆଜି ବାଲିଅନ୍ତା, ସତ୍ୟନଗର, ଏସ୍ ସିବି ମେଡ଼ିକାଲ

କଲେଜ ସବ ଷ୍ଟେସନକୁ ଉଦଘାଟନ ହୋଇଛି। ଏଥିସହ ୮ଟି ଟ୍ରାନ୍ସମିଶନ ଉଦଘାଟନ ହେଉଛି। ଆମ ସରକାର ସବୁ

ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। 24 ବର୍ଷରେ ପୂର୍ବ ସରକାର ଗୋଟିଏ ସବ ଷ୍ଟେସନ କରି

ନଥିଲେ।ଆମେ 4 ସବ ଷ୍ଟେସନ କରି ଦେଖେଇଲୁ।2019ରେ

ବାଲିଅନ୍ତା ପାଇଁ କାର୍ଯ୍ୟାଦେଶ ଦିଆ ଯାଇଥିଲା। ହେଲେ କାମ ହେଉ ନଥିଲା। ଏବେ ଆଉ ଭୁବନେଶ୍ୱର ଅନ୍ଧାର ହେବ ନାହିଁ। ସତ୍ୟ ନଗରରେ ସବ ଷ୍ଟେସନ ନିର୍ମାଣ ଆମ ପାଇଁ ବଡ଼

ଚ୍ୟାଲେଞ୍ଜ ଥିଲା। ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ କିପରି ନ ଯିବ ସେ

ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଦ୍ୱାରା

ଭୁବନେଶ୍ୱର ଆଇଟି ହବ ହେବ। ପୁଞ୍ଜି ନିବେଷ ବଢିବ। ସ୍ଥାନୀୟ ଲୋକଙ୍କ ଜୀବନ ଧାରଣ ମାନ

ବଢିବ। ଅଘୋଷିତ ବିଦ୍ୟୁତ କାଟ ଏକ ଦଣ୍ଡନିୟ ଅପରାଧ। ଯେଉଁ ଅଧିକାରୀ ବିଦ୍ୟୁତ କାଟ କରିବେ

ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ। ଓଡ଼ିଶାରେ ଏବେ 2ୟ ଶିଳ୍ପ ବିପ୍ଳବ ଚାଲିଛି। ଏଥିପାଇଁ 24

ଘଣ୍ଟିଆ ବିଜୁଳି ଆବଶ୍ୟକ। ହେଲେ 24 ବର୍ଷିଆ ସରକାର ଏହା କରି ନଥିଲେ। ଖରାଦିନେ ସମ୍ପୂର୍ଣ୍ଣ

ଭାବେ ବିଦ୍ୟୁତ କାଟ ହେବ ନାହିଁ। ଏହା ଆମ ସଙ୍କଳ୍ପ। 2027 ମାର୍ଚ୍ଚ ସୁଦ୍ଧା ରାଜ୍ୟର ସବୁ ଘରକୁ

ବିଜୁଳି ପହଁଚିବ। 2036ରେ ଆମ ସ୍ୱପ୍ନର ଓଡ଼ିଶାର ଗଠନ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande