ଦୁର୍ନୀତିରେ ଲିପ୍ତ ଥିବା କମ୍ପାନୀ ସାଙ୍ଗରେ ରାଜ୍ୟସରକାରଙ୍କ ମଧୁଚନ୍ଦ୍ରିକା, ବ୍ଲାକ ଲିଷ୍ଟ କଂପାନୀକୁ ଅନୁକମ୍ପା ଦେଖାଉଛନ୍ତି ସରକାର - କଂଗ୍ରେସ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଦୁର୍ନୀତିରେ ଲିପ୍ତ ଥିବା କମ୍ପାନୀ ସାଙ୍ଗରେ ରାଜ୍ୟସରକାରଙ୍କ ମଧୁଚନ୍ଦ୍ରିକା ରହିଛି। ସାମ୍ବାଦିକ ସମିଳନୀରେ ଏଭଳି ଅଭିଯୋଗ ଆଣିଛି ଯୁବ କଂଗ୍ରେସ। ରାଜ୍ୟରେ ଏଆଇ ଭର୍ଚୁଆଲ କ୍ଲାସ ରୁମ ପାଇଁ ଟେଣ୍ଡର କରୁଛି ଓକାକ। ଏହି ଟେଣ୍ଡର ପ୍ରଥମ
ଦୁର୍ନୀତିରେ ଲିପ୍ତ ଥିବା କମ୍ପାନୀ ସାଙ୍ଗରେ     ରାଜ୍ୟସରକାରଙ୍କ ମଧୁଚନ୍ଦ୍ରିକା, ବ୍ଲାକ ଲିଷ୍ଟ କଂପାନୀକୁ ଅନୁକମ୍ପା ଦେଖାଉଛନ୍ତି ସରକାର -     କଂଗ୍ରେସ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଦୁର୍ନୀତିରେ ଲିପ୍ତ ଥିବା କମ୍ପାନୀ ସାଙ୍ଗରେ

ରାଜ୍ୟସରକାରଙ୍କ ମଧୁଚନ୍ଦ୍ରିକା ରହିଛି। ସାମ୍ବାଦିକ ସମିଳନୀରେ ଏଭଳି ଅଭିଯୋଗ ଆଣିଛି ଯୁବ

କଂଗ୍ରେସ। ରାଜ୍ୟରେ ଏଆଇ ଭର୍ଚୁଆଲ କ୍ଲାସ ରୁମ ପାଇଁ ଟେଣ୍ଡର କରୁଛି ଓକାକ। ଏହି ଟେଣ୍ଡର ପ୍ରଥମ

ପର୍ଯାୟରେ ସେଲକୋନ ଇନଟେକ୍ସ ପ୍ରାଇଭେନ ଲିମିଟେଡ଼ କମ୍ପାନୀକୁ ଟେଣ୍ଡର ଦେବାକୁ ସରକାର

ପ୍ରସ୍ତୁତ ହେଉଛନ୍ତି। ହାଇଦ୍ରାବାଦ ଏହି ସେଲକୋନ ଇନଟେକ୍ସ ପ୍ରାଇଭେନ ଲିମିଟେଡ଼ କମ୍ପାନୀ

ନାମରେ କେଶ ସହ ଏହି କମ୍ପାନୀ ବ୍ଲକ ଲିଷ୍ଟ ରହିଛି ତେବେ ଉକ୍ତ କମ୍ପାନୀକୁ ସରକାର କାହିଁକି ଏତେ

ଅନୁକମ୍ପା ଦେଖାଉଛନ୍ତି।ରାଜ୍ୟରେ ଯେତେବେଳେ ପାଖାପାଖି 20 ହାଜର ଛାତ୍ରଛାତ୍ରୀ ସ୍କୁଲରେ ତଳେ

ବସିକି ପାଠ ପଢୁଛନ୍ତି,

80ଟି ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। 30 ପ୍ରତିଶତ ବିଦ୍ୟାଳୟରେ କମ୍ପୁଟର ଶିକ୍ଷକ

ନାହାନ୍ତି।ଏଭଳି ସ୍ଥଳରେ ଏଆଇକ୍ଲାସ ରୁମ ପାଇଁ କୋଟି କୋଟି ଟଙ୍କା କେଉଁ ଦିଗରେ ଖର୍ଚ୍ଚ

ହେବ। ସରକାର ଏହି ଟେଣ୍ଡର ପାଇଁ 1000 କୋଟି

ଟଙ୍କା ଟେଣ୍ଡର କରିଛନ୍ତି। ଗରିବଙ୍କ ଟ୍ୟାକ୍ସ ଅର୍ଥକୁ ସରକାର ଏଭଳି ଢଙ୍ଗରେ ଖର୍ଚ୍ଚ କରିବାକୁ

ଚାହୁଁଛନ୍ତି।ଏହା କେତେ ଦୂର ଉଚିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ।ତେଣୁ କଂଗ୍ରେସ ଦାବୀ କରିଛି

ତୁରନ୍ତ ଏହି ଟେଣ୍ଡର ପ୍ରକ୍ରିୟର ଭିଜିଲାନ୍ସ ତଦନ୍ତ ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande