
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- କେନ୍ଦ୍ରୀୟ
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଆରପିଏଫ୍ ଶୌର୍ଯ୍ୟ ଦିବସ ଅବସରରେ କେନ୍ଦ୍ରୀୟ ରିଜର୍ଭ
ପୋଲିସ ବଳର ଯବାନମାନଙ୍କର ବୀରତା ଓ ସମର୍ପଣକୁ ନମନ କରିଛନ୍ତି।
ତାଙ୍କ ବାର୍ତ୍ତାରେ ସେ କହିଛନ୍ତି
ଯେ, ସିଆରପିଏଫ୍ର ଯବାନମାନଙ୍କର ସାହସ ଓ କର୍ତ୍ତବ୍ୟନିଷ୍ଠା ଅଦ୍ୱିତୀୟ
ଅଟେ । ସେମାନେ ଦେଶର ସୁରକ୍ଷା ଓ ସମ୍ମାନର ରକ୍ଷା ପାଇଁ ସର୍ବଦା ଅଗ୍ରିମ ପାହାଂଚରେ ରହି ସେବା
ଦେଇଆସୁଛନ୍ତି।
ମନ୍ତ୍ରୀ ବୀରଗତି ପ୍ରାପ୍ତ
ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ରାଷ୍ଟ୍ର ସେମାନଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ସର୍ବଦା ଋଣୀ ରହିବ।
ସେ କହିଛନ୍ତି ଯେ,
ଏହି ବୀରମାନଙ୍କର ସ୍ମୃତି ଆମକୁ ନିରନ୍ତର ପ୍ରେରଣା ଦେଇଥାଏ ଏବଂ
ଦେଶକୁ ଏକତାବଦ୍ଧ ରଖିବାର ଶକ୍ତି ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା