
ଧର୍ମଶାଳା,୯ଏପ୍ରିଲ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳକୁ ପୁଣି ଫେରିଲା ଝାଡାବାନ୍ତି ଆକ୍ରାନ୍ତ। ଏହି ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଜଣାପଡିଛି। ମୃତକୁ ଜଣକ ହେଲେ ଅଞ୍ଜିରା ପଂଚାୟତସ୍ଥ ବାଉଁଶଡୋଳା ଗ୍ରାମର ବାଦଲ ମଲ୍ଲିକ(୨୭)ବୋଲି ଜଣାପଡିଛି। ତେବେ ସେ ଧର୍ମଶାଳା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଟିମ୍ ଉକ୍ତ ଗ୍ରାମରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଥାକି, ଧର୍ମଶାଳା ଅଂଚଳରେ ଗତ ବର୍ଷ ଏହି ଭଳି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଯାଜପୁର ଜିଲାକୁ ବ୍ୟାପି ମହାମାରୀ ରୂପ ନେଇଥିଲା। ପରେ କଲେରାର ରୂପ ଧାରଣ କରିଥିଲା। ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାରରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିବା ବେଳେ କେବଳ ଧର୍ମଶାଳାରେ ୫ଶହରୁ ଉର୍ଦ୍ଧ ଆକ୍ରାନ୍ତ ହୋଇଥିଲେ। ବେସରକାରୀ ହିସାବରେ ସେମାନଙ୍କ ମଧ୍ୟରୁ ୧୮ରୁ୨୦ ଜଣ ମୃତ୍ୟୁବରଣ କରିଥିଲେ। ଯାହାକୁ ନେଇ ଏକ କେନ୍ଦ୍ରୀୟ ଟିମ୍ ଘଟଣାସ୍ଥଳରେ ପଂହଚି ତଦନ୍ତ କରିଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ