
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- କେନ୍ଦ୍ରୀୟ
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଖ ଧର୍ମର ପଞ୍ଚମ ଗୁରୁ ଗୁରୁ ଅର୍ଜନ ଦେବଙ୍କ ପ୍ରକାଶ
ପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ତାଙ୍କ ବାର୍ତ୍ତାରେ ସେ କହିଛନ୍ତି
ଯେ, ଗୁରୁ ଅର୍ଜନ ଦେବଙ୍କ ଜୀବନ କେବଳ ଆଧ୍ୟାତ୍ମିକ ମହାନତାର ପ୍ରତୀକ
ନୁହେଁ, ବରଂ ସତ୍ୟ, ସାହସ ଓ ଅତୁଟ ଆସ୍ଥାର
ପ୍ରେରଣାସ୍ରୋତ। ସେ ବିପରୀତ ପରିସ୍ଥିତି ଓ କଠୋର ଯନ୍ତ୍ରଣା ସତ୍ତ୍ୱେ ମଧ୍ୟ ନିଜ ସିଦ୍ଧାନ୍ତ
ସହିତ କେବେ ବୁଝାମଣା କରିନଥିଲେ ଏବଂ ଧର୍ମ, ସଂସ୍କୃତି
ଓ ମାନବତାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ।
ମନ୍ତ୍ରୀ ଆହୁରି କହିଛନ୍ତି
ଯେ, ଗୁରୁ ସାହିବଙ୍କ ଜୀବନ ଆମକୁ ସତ୍ୟ, ଧୈର୍ଯ୍ୟ ଓ ଧର୍ମର ପଥରେ ତିଷ୍ଠି ରହିବା ସହିତ ମାନବତାର ସେବା ପାଇଁ
ନିରନ୍ତର ପ୍ରେରଣା ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା