ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟକଳାପକୁ ନେଇ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ     ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ

ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟକଳାପକୁ ନେଇ ଜଳସମ୍ପଦ

ବିଭାଗର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି

ବୈଠକରେ ରାଜ୍ୟର ଜଳସେଚନ ବ୍ୟବସ୍ଥାର ଅଗ୍ରଗତି ଓ ଆଗାମୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା

କରାଯାଇଛି । ଏଥିରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଚିତ୍ର କୁମାର ସାମଲ, ଅତିରିକ୍ତ ଶାସନ ସଚିବ ଲିନା

କୁମାରୀ ସେସ୍ ଏବଂ ସମସ୍ତ ଜିଲ୍ଲାର ଉଠାଜଳସେଚନ ଅଧିକାରୀ

ଉପସ୍ଥିତ ରହି କ୍ଷେତ୍ରସ୍ତରୀୟ ତଥ୍ୟ ପ୍ରଦାନ କରିଥିଲେ ।

ବୈଠକରେ ଉଭୟ ରବି ଓ ଖରିଫ ଋତୁରେ ଚାଷଜମିକୁ ପର୍ଯ୍ୟାପ୍ତ ଜଳ

ସେଚନ ପାଇଁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ଉପରେ ଆଲୋଚନା ହୋଇଥିଲା ।

ଏଥିନିମନ୍ତେ ଅଚଳ ହୋଇ ପଡ଼ିରହିଥିବା ଗୋଷ୍ଠୀ ଭିତ୍ତିକ ଉଠା ଜଳସେଚନ ପ୍ରକଳ୍ପ , ପାରମ୍ପରିକ ଓ ସୌରଶକ୍ତି ଚାଳିତ

ଗଭୀର ନଳକୂପ ଏବଂ ଅଗଭୀର ନଳକୂପଗୁଡ଼ିକର ପୁନରୁଦ୍ଧାର ସମ୍ପର୍କରେ ବୈଠକରେ ରୂପରେଖ ପ୍ରସ୍ତୁତ

କରାଯାଇଥିଲା । ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅନୁଦାନର ସଠିକ୍ ବିନିଯୋଗ ତଥା

ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମାସିକ ଭିତ୍ତିକ ବ୍ୟୟ ଯୋଜନା

ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରକଳ୍ପଗୁଡ଼ିକର ସଠିକ୍ ପରିଚାଳନା ଏବଂ ପ୍ରକୃତ ସମୟର

ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ଏକ ସୁଦୃଢ଼ ଅନଲାଇନ୍ ଡାଟାବେସ୍ ପ୍ରସ୍ତୁତ କରାଯିବ। ପାଇଁ

ନିଷ୍ପତ୍ତି ନିଆଗଲା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande