ବାଲିଅନ୍ତା ଗ୍ରୀଡ ଯୋଗୁ ଲୋକଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି- କେଭି ସିଂହଦେଓ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଆଜି ବାଲିଅନ୍ତା, ସତ୍ୟନଗର, ଏସ୍ ସିବି ମେଡ଼ିକାଲ କଲେଜ ସବ ଷ୍ଟେସନ ଉଦଘାଟନ ହୋଇଛି। ଏଥିସହ ୮ଟି ଟ୍ରାନ୍ସମିଶନ ଉଦଘାଟନ ହୋଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ବାଲିଅନ୍ତା ଗ୍ରୀଡ଼କୁ ସମ୍ପୂର୍ଣ୍ଣ ହେବା
ବାଲିଅନ୍ତା ଗ୍ରୀଡ ଯୋଗୁ ଲୋକଙ୍କୁ ଆଉ ସମସ୍ୟାର ସମ୍ମୁଖୀନ     ହେବାକୁ ପଡ଼ିବନି- କେଭି ସିଂହଦେଓ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଆଜି ବାଲିଅନ୍ତା, ସତ୍ୟନଗର, ଏସ୍ ସିବି ମେଡ଼ିକାଲ

କଲେଜ ସବ ଷ୍ଟେସନ ଉଦଘାଟନ ହୋଇଛି। ଏଥିସହ ୮ଟି ଟ୍ରାନ୍ସମିଶନ ଉଦଘାଟନ ହୋଇଛି। ଏହି ଅବସରରେ

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଯେ, ବାଲିଅନ୍ତା ଗ୍ରୀଡ଼କୁ ସମ୍ପୂର୍ଣ୍ଣ ହେବା

ପାଇଁ ୩୩ ବର୍ଷ ଲାଗିଲା। ଆମ ସରକାର ଆସିବା ପରେ ୨୦୨୪ ଶେଷ ବେଳକୁ ଆମେ ଏହି ଗ୍ରୀଡ଼ ସାରିବା

ପାଇଁ ଯୋଜନା କରିଥିଲୁ। ଏଥିପାଇଁ ୨୦୨୬ ମାର୍ଚ୍ଚ ୩୧ ଭିତରେ ଏହାକୁ ଶେଷ କରିବା ପାଇଁ କଣ୍ଟ

ଧାର୍ଯ୍ୟ କରିଥିଲୁ। ସେହି ଅନୁସାରେ କାମ ସମ୍ପୂର୍ଣ୍ଣ ହୋଇପାରିଛି। ବାଲିଅନ୍ତା, ସତ୍ୟନଗର, ଏସ୍ ସିବି ମେଡ଼ିକାଲ କଲେଜ ସବ

ଷ୍ଟେସନକୁ ଉଦଘାଟନ ହୋଇଛି। ଏଥିସହ ୮ଟି ଟ୍ରାନ୍ସମିଶନ ଉଦଘାଟନ ହେଉଛି। ଏହା ସମ୍ପୂର୍ଣ୍ଣ ହେବା

ପରେ ଚନ୍ଦକା ଉପରେ ଆଉ ନିର୍ଭର କରିବାକୁ ପଡ଼ିବନି। ଏବେ ଟ୍ରିପ ହେଲେ ଏହି ଗ୍ରୀଡ଼ରୁ ବିକଳ୍ପ

ଭାବେ ବିଜୁଳି ଯୋଗାଇ ଦିଆଯାଇପାରିବ। ଲୋକଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ଜୟଦେବବାସୀଙ୍କୁ

ଆଉ ଲୋ-ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande