
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.) - ଓଡିଶାରେ ଆଦିବାସୀ ଶିକ୍ଷାକୁ ଗୁରୁତ୍ୱ ଦେଇ
ଅବିରତ କାର୍ଯ୍ୟ କରୁଛି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ) । ଏହି ବିଦ୍ୟାଳୟରୁ ଚଳିତ ଜେଇଇ ମେନ୍ ୨୦୨୬
(ଫେଜ୍-1) ରେ ସଫଳତାର ସହ ଯୋଗ୍ୟତା ହାସଲ କରିଛନ୍ତି ୧୧ ଜଣ ଛାତ୍ରଛାତ୍ରୀ ।
ଏହି ୧୧ ଜଣରୁ ୮ ଜଣଙ୍କୁ ନୂଆଦିଲ୍ଲୀର ଜାତୀୟ ଜନଜାତି ଛାତ୍ର ସମାଜ (ଏନଇଏସଟିଏସ) ଅଧୀନରେ ସ୍ୱତନ୍ତ୍ର ଜେଇଇ
ଆଡଭାନ୍ସଡ୍ କୋଚିଂ ପାଇଁ ମନୋନୀତ କରାଯାଇଛି ।
ଇଏମଆରଏସକରଞ୍ଜିଆ ଏବଂ ଇଏମଆରଏସଲହୁଣିପାରାରୁ ୩ ଜଣ, ଇଏମଆରଏସରାଙ୍କିରୁ ଜଣେ ଏବଂ ଇଏମଆରଏସବାଙ୍ଗିରିପୋଷିରୁ ଜଣେ ଛାତ୍ର
ଅନ୍ତର୍ଭୁକ୍ତ। ଛାତ୍ରଛାତ୍ରୀମାନେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି, ତାଙ୍କ ସହିତ
ଶିକ୍ଷୟିତ୍ରୀ ପ୍ରିୟଙ୍କା କୁମାରୀ ମଧ୍ୟ ଅଛନ୍ତି ।
ଏହି ପଦକ୍ଷେପ ଆଦିବାସୀ ଛାତ୍ରମାନଙ୍କୁ ଦେଶବ୍ୟାପୀ ପ୍ରମୁଖ
ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଗୁଣାତ୍ମକ ଶିକ୍ଷା ଏବଂ ପ୍ରତିଯୋଗିତାମୂଳକ ସୁଯୋଗ ପ୍ରଦାନ କରି
ସେମାନଙ୍କୁ ସଶକ୍ତ କରିବ । ଓଡ଼ିଶା ଆଦର୍ଶ ଜନଜାତି ଶିକ୍ଷା ସମାଜର ଯୁଗ୍ମ ନିର୍ଦ୍ଦେଶକ ପ୍ରଣତି
ପାତ୍ର, ଆଦିବାସୀ ଶିକ୍ଷାକୁ ପ୍ରୋତ୍ସାହିତ କରିଥିବାରୁ ଏନଇଏସଟିଏସକମିଶନର ଶ୍ରୀ ଅଜିତ
କୁମାର ଶ୍ରୀବାସ୍ତବଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ଇଏମଆରଏସକରଞ୍ଜିଆର ଅଭିଶ ଆଲାମ
ଜେଇଇ ମେନ୍ ରେ ୯୭.୫୦ ପ୍ରତିଶତ ନମ୍ବର ରଖିଛନ୍ତି । ଅନ୍ୟ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଇଏମଆରଏସରାଙ୍କିରୁ ରିଙ୍କିରାଣୀ ନାଏକ, ସୁନୀଲ କୁମାର ନାଏକ ଏବଂ ସୁନିଆ ହେମ୍ବ୍ରମ; ଇଏମଆରଏସକରଞ୍ଜିଆରୁ ସାମୁ ପଲେଇୟା; ଇଏମଆରଏସ ଲାହୁନିପଡ଼ାରୁ ଇଷ୍ଟିଫାନ ହେମ୍ବ୍ରମ, ପୂଜାରାଣୀ କିଷାନ,ଦୀପା କିଷାନ, ରବିନ ଓରାମ, ଏବଂ ସାଲଖୁ ହେମ୍ବ୍ରମ; ଏବଂ ଇଏମଆରଏସବାଙ୍ଗିରିପୋଷିରୁ ଠାକୁର ମୁର୍ମୁ ଅନ୍ତର୍ଭୁକ୍ତ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା