ଓପିଟିସିଏଲର ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍ ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜଧାନୀ ବାସୀ ପାଇବେ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା ବର୍ଷକ ମଧ୍ୟରେ ୬୦୦ କୋଟି ଟଙ୍କାରେ ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍.ସି.ବି. ମେଡିକାଲ ଗ୍ରୀଡ୍ ସବ୍ଷ୍ଟେସନ କାର୍ଯ୍ୟସମ୍ପୂର୍ଣ୍ଣ ବହୁ ପୂର୍ବରୁ ଏହି ପ୍ରକଳ୍ପ ଗୁଡିକ ମଞ୍ଜୁରୀ ପାଇଥିଲେ ମଧ୍ୟ କ
ଓପିଟିସିଏଲର ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ, ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ୍     ଲାଇନ୍ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ


ରାଜଧାନୀ ବାସୀ ପାଇବେ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ

ସେବା

ବର୍ଷକ ମଧ୍ୟରେ ୬୦୦ କୋଟି ଟଙ୍କାରେ ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍.ସି.ବି. ମେଡିକାଲ

ଗ୍ରୀଡ୍ ସବ୍ଷ୍ଟେସନ କାର୍ଯ୍ୟସମ୍ପୂର୍ଣ୍ଣ

ବହୁ ପୂର୍ବରୁ ଏହି ପ୍ରକଳ୍ପ ଗୁଡିକ ମଞ୍ଜୁରୀ ପାଇଥିଲେ ମଧ୍ୟ

କାର୍ଯ୍ୟକାରୀ ହୋଇପାରୁ ନଥିଲା,

ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁ ବର୍ଷକ ମଧ୍ୟରେ ଏଗୁଡିକ ସମ୍ପୂର୍ଣ୍ଣ ହେଲା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା- ଭୁବନେଶ୍ବର ଓ ପାର୍ଶ୍ବବର୍ତ୍ତୀ

ଅଞ୍ଚଳର ବିଭିନ୍ନ ନଦୀର ପୁନରୁଦ୍ଧାର କରାଯିବ

ପ୍ରାଚୀ ନଦୀ ପାଇଁ ୩୦୦ କୋଟି ଟଙ୍କା, ଧନୁଆ ପାଇଁ ଦ୍ଵିତୀୟ ଫେଜ୍ ରେ ୭୫

କୋଟି, ଦୟା ନଦୀ ପାଇଁ ୧୭୦ କୋଟି, ଦୟା ପଶ୍ଚିମ କେନାଲ ପାଇଁ ୪୦୦

କୋଟି ଟଙ୍କା ଅନୁମୋଦିତ

ଖୁବ ଶୀଘ୍ର ଏଇ ସବୁ କାମ ଆରମ୍ଭ ହେବ ଏବଂ ସମୟସୀମା ମଧ୍ୟରେ

ଶେଷ ହେବ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଭୁବନେଶ୍ୱରର

ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସମିସନ

ଲାଇନ୍ ଉଦ୍ଘାଟନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ୩ଟି

ନୂତନ ଗ୍ରୀଡ୍ ସବ୍ଷ୍ଟେସନ - ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍.ସି.ବି.

ମେଡିକାଲରେ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଲାଭାନ୍ବିତ

ହେବେ। ଏହା ସହିତ ଭୁବନେଶ୍ବରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି।

ଆଗାମୀ ଦିନରେ କଟକ ଓ ଭୁବନେଶ୍ବରକୁ ଏକାଧିକ ଫିଡର ଲାଇନ ଦ୍ବାରା ସଂଯୁକ୍ତ କରାଯିବ। ଏହାଦ୍ବାରା

ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡିକ ବହୁ

ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ୍ ଓ ବିଭିନ୍ନ ସମସ୍ୟା ଯୋଗୁ ଏ ଗୁଡିକର କାର୍ଯ୍ୟ

ଆରମ୍ଭ ହୋଇପାରୁ ନଥିଲା। ନୂଆ ସରକାର ଦାୟିତ୍ବ ଗ୍ରହଣ କଲାପରେ, ଏହି ପ୍ରକଳ୍ପ ଉପରେ ଗୁରୁତ୍ବ

ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର ୧ ବର୍ଷ

ମଧ୍ୟରେ ଓପିଟିସିଏଲପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏଥି ମଧ୍ୟରୁ

ନୟାପଲ୍ଲୀ ଗ୍ରୀଡ ଗତବର୍ଷ ଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇସାରିଛି। ରାଜଧାନୀ ବାସୀଙ୍କୁ

ବିଶ୍ବସ୍ତରୀୟ ବିଦ୍ୟୁତସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁ ଏହା ସମ୍ଭବ

ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଯେଉଁଠି ଦୃଢ ଇଛାଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ’।

ସେଥିପାଇଁ ଆମେ ମାତ୍ର ୧ ବର୍ଷ ଭିତରେ ୪ଟି ଗ୍ରୀଡ ସବ୍-ଷ୍ଟେସନ

କାମ ସମ୍ପୂର୍ଣ୍ଣ କରିପାରିଲୁ । ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ । ଯାହା

ବର୍ତ୍ତମାନ ଏକ ହଜାର ମେଗାୱାଟ୍ ଅଛି ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟ୍ରେ ପହଁଚିବ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ

ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ

ସରକାର ପ୍ରତିବଦ୍ଧ। ଏହି ନୂତନ GIS ଗ୍ରୀଡ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ

ରାଜଧାନୀରେ ନିରବଚ୍ଛିନ୍ନ,

ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ

ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କର ଯେଉଁ ଡିଜିଟାଲ

ଇଣ୍ଡିଆର ପରିକଳ୍ପନା ରହିଛି,

ସେହି ଆଧାରରେ ଓଡ଼ିଶାର ବିଦ୍ୟୁତ ଶକ୍ତି ବ୍ୟବସ୍ଥାର ପୁର୍ନବିନ୍ୟାସ କରାଯାଉଛି । ରାଜ୍ୟରେ

ପ୍ରଥମ ଥର ପାଇଁ ଡିଜିଟାଲ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରାଯାଇଛି । ସେହିପରି ରାଜଧାନୀ ପାଇଁ

୭୬୫ କେ.ଭି. ଟ୍ରାନ୍ସମିସନ ବ୍ୟବସ୍ଥାର ବିକାଶ କରିବାର ଯୋଜନା ରହିଛି । ପରବର୍ତ୍ତୀ ସମୟରେ କଟକ

ଏବଂ ଭୁବନେଶ୍ୱରର ବିଭିନ୍ନ ଗ୍ରୀଡ୍ ସବ୍-ଷ୍ଟେସନକୁ ଏକାଧିକ ଫିଡର ମାଧ୍ୟମରେ ଯୋଗାଣ ବ୍ୟବସ୍ଥା

କରାଯିବ । ଏହା ବିଦ୍ୟୁତ୍ ସରବରାହରେ ଅଧିକ ସ୍ଥିରତା ଆଣିବା ସହିତ ଗୁଣାତ୍ମକ ଓ ନିରବଚ୍ଛିନ୍ନ

ବିଦ୍ୟୁତ୍ ସେବା ଯୋଗାଇବାରେ ଅଧିକ ସକ୍ଷମ ହେବ। ଏହା ଗର୍ବର ବିଷୟଯେ ଓପିଟିସିଏଲ୍ ସାରା ଦେଶର

ଏକମାତ୍ର ବିଦ୍ୟୁତ୍ ସଂଚାରଣ ସଂସ୍ଥା ଯାହା ୭୦ ଟି ଗ୍ରୀଡ୍ ସବ୍-ଷ୍ଟେସନକୁ ରିମୋଟ୍ ଅପରେସନ୍

ମାଧ୍ୟମରେ ପରିଚାଳନା କରୁଛି । ଏହା ଦ୍ୱାରା ଉତ୍ତମ ନିୟନ୍ତ୍ରଣ, ଦ୍ରୁତ ତୃଟି ସମାଧାନ ତଥା ସୀମିତ

ମାନବସମ୍ବଳର ଉପଯୋଗ ସମ୍ଭବ ହେବ ବୋଲି ସେ କହିଥିଲେ ।

ଆଜି ସ୍ଥିତି ଅନୁଧ୍ୟାନ କଲା ପରେ ମୁଖ୍ୟମନ୍ତ୍ରୀ

ଭିଙ୍ଗାରପୁର, ଉତ୍ତମପୁର, ଗଙ୍ଗେଶ୍ୱର, ପାଣ୍ଡରା, ଜଗନ୍ନାଥ ନଗର,

ମଙ୍ଗରାଜ, ପଳାଶୁଣୀ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳକୁ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଆଉ ୩ଟି ଫିଡର

ଯୋଗାଇଦେବାକୁ ଟାଟା ପାୱାରକୁ ନିର୍ଦ୍ଦେଶ

ଦେଇଥିଲେ ।

ସେ ଏହା ମଧ୍ୟ କହିଥିଲେ ଯେ, ସତ୍ୟନଗର ଓ ଏସ. ସି. ବି.

ମେଡିକାଲ ଜିଏସଏସପାଇଁ ଫାଉଣ୍ଡେସନ ଡ୍ରଇଂ ଏବଂ କଣ୍ଟ୍ରୋଲ ରୁମ ଭବନର ଲେଆଉଟ୍ ୨୪.୧୨.୨୦୨୪ରେ

ଅନୁମୋଦିତ ହୋଇଥିଲା ଏବଂ ଓପିଟିସିଏଲ୩୧.୦୩.୨୦୨୬ମଧ୍ୟରେ ସମସ୍ତ

ସବଷ୍ଟେସନଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ

ପ୍ରକଳ୍ପଗୁଡ଼ିକୁ ସମ୍ପନ୍ନ କରିଥିବାରୁ ସେ ଓପିଟିସିଏଲକୁ ଅଭିନନ୍ଦନ ଜଣାଇଥିଲେ। ପ୍ରାୟ ୬୦୦

କୋଟି ଟଙ୍କା ବ୍ୟୟରେ ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସ. ସି. ବି. ମେଡିକାଲ ନିର୍ମିତ ଏହି

ଗୁରୁତ୍ୱପୂର୍ଣ୍ଣ ଗ୍ରୀଡ ସବଷ୍ଟେସନଗୁଡ଼ିକ ସ୍ଥାପିତ ହୋଇଛି, ଯାହା ଭୁବନେଶ୍ୱର ସହରର ବିଦ୍ୟୁତ୍

ସରବରାହ ବ୍ୟବସ୍ଥାକୁ ସୁଦୃଢ କରିବ। ଏହା ଫଳରେ ରାଜଧାନୀ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ପ୍ରାୟ ୨୨

ଲକ୍ଷ ଉପଭୋକ୍ତା ନିରବଚ୍ଛିନ୍ନ ଓ ଗୁଣସ୍ତରୀୟ ବିଦ୍ୟୁତ୍ ସେବାରୁ ଲାଭାନ୍ୱିତ ହେବେ।

ବାଲିଅନ୍ତାରେ ସ୍ଥାପିତ ୨୨୦/୧୩୨/୩୩ କେ .ଭି. ଜିଆଇଏସସବଷ୍ଟେସନ ଏହି ଅଞ୍ଚଳ ପାଇଁ ଏକ ମୁଖ୍ୟ ମାଇଲଷ୍ଟୋନ ସୃଷ୍ଟି କରିଛି। ଏହା ମାଧ୍ୟମରେ କଟକ ଓ

ମଞ୍ଚେଶ୍ୱର ସହ ଶକ୍ତିଶାଳୀ ବିଦ୍ୟୁତ୍ ସଂଯୋଗ ସ୍ଥାପିତ ହୋଇ ଭୁବନେଶ୍ୱରର ବିଦ୍ୟୁତ୍ ସୁରକ୍ଷାକୁ

ଆହୁରି ସୁଦୃଢ କରିଛି।

ସେହିପରି, ସତ୍ୟନଗରରେ ସ୍ଥାପିତ ୧୩୨/୩୩ କେ

.ଭି. ଜିଆଇଏସସବଷ୍ଟେସନ ସହରର କେନ୍ଦ୍ରାଞ୍ଚଳରେ

ପ୍ରଥମ ଥର ପାଇଁ ନିର୍ମିତ ହୋଇ ଦ୍ରୁତଗତିରେ ବଢୁଥିବା ବିଦ୍ୟୁତ୍ ଚାହିଦାକୁ ପୂରଣ କରିବ। ଏସ.

ସି. ବି. ମେଡିକାଲ ନିର୍ମି ତ ୧୩୨/୩୩ କେ.ଭି. ଜିଆଇଏସସବଷ୍ଟେସନ ଗୁରୁତ୍ୱପୂର୍ଣ୍ଣ

ଚିକିତ୍ସା ସେବା ପାଇଁ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ ।

ଏହି ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱରକୁ ୧୩୨ କେଭି

ଏବଂ ୨୨୦ କେଭି ର ଏକ ବଳୟ ମଧ୍ୟରେ ରଖିବ, ଯାହା ବିଦ୍ୟୁତ୍ ସରବରାହର ସ୍ଥିରତା ଓ ନିର୍ଭରଯୋଗ୍ୟତାକୁ ଅଧିକ ସୁଦୃଢ କରିବ।

ଏହି ଅବସରରେ ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର

ପୁନରୁଦ୍ଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ

୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର

ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ

ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦ କୋଟି ଟଙ୍କା ଏବଂ ଦୟା ପଶ୍ଚିମ କେନାଲ

ପୁନଃରୁଦ୍ଧାର ଓ ଉନ୍ନତିକରଣ କରିବା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି, ଏବଂ ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ

ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ

ସିଂହଦେଓ ନିଜ ଅଭିଭାଷଣରେ କହିଥିଲେ ଯେ, ଆମ ସରକାରଙ୍କ ଦ୍ୱାରା ଲୋକଙ୍କୁ

ଦିଆ ଯାଇଥିବା ପ୍ରତିଶ୍ରୁତିକୁ ଆମେ ରକ୍ଷା କରିଛୁ। ଏଥର ଭୁବନେଶ୍ୱର ଓ ବାଲିଅନ୍ତା ଅଞ୍ଚଳରେ

ନୂଆ ଶକ୍ତିର ସ୍ରୋତ ଭାବେ ଏହି ଗ୍ରୀଡ଼ ସବଷ୍ଟେସନ କାର୍ଯ୍ୟ କରିବ। ଲୋକମାନେ ଆଉ ଲୋ ଭୋଲ୍ଟେଜ

ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହିଭଳି ବଡ଼ ବଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ

ସ୍ଥାନୀୟ ଲୋକଙ୍କ ସହଯୋଗ ସର୍ବଦା ଆବଶ୍ୟକ। ଏଥିପାଇଁ ସ୍ଥାନୀୟ ଲୋକମାନେ ଏଥିରେ ସହଯୋଗ କରନ୍ତୁ

ଆଗକୁ ରାଜ୍ୟରେ ଏମିତି ଜାରି ରହିବ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିଥିବାରୁ

ଓପିଟିସିଏଲକୁ ଧନ୍ୟବାଦ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଜୟଦେବ ବିଧାୟକ, ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ, ସିଏମଡି, ଓପିଟିସିଏଲଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ପ୍ରମୁଖ

ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande