ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବର୍ଷିଲେ ସମ୍ବିତ ରାଉତରାୟ, କହିଲେ ନବୀନ ବାବୁ ମୂଷାଙ୍କୁ ବିଦା କରିବେ
ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.) - ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବର୍ଷିଛନ୍ତି ବିଜେଡ଼ି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି ଯେ, 2024ରେ ମନ ଇଚ୍ଛା ବାଣ୍ଟିଥିଲେ ଟିକେଟ୍। ନବୀନଙ୍କ ପ୍ରତି ନିଷ୍ଠାବାନ ବ୍ୟକ୍ତିଙ୍କୁ ଟିକେଟ୍ ଦିଆଗଲା ନାହିଁ। ବିଜେପି, କଂଗ୍
ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବର୍ଷିଲେ ସମ୍ବିତ ରାଉତରାୟ,     କହିଲେ ନବୀନ ବାବୁ ମୂଷାଙ୍କୁ ବିଦା କରିବେ


ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.) - ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ ବର୍ଷିଛନ୍ତି

ବିଜେଡ଼ି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି

ଯେ, 2024ରେ ମନ ଇଚ୍ଛା ବାଣ୍ଟିଥିଲେ ଟିକେଟ୍। ନବୀନଙ୍କ ପ୍ରତି ନିଷ୍ଠାବାନ ବ୍ୟକ୍ତିଙ୍କୁ

ଟିକେଟ୍ ଦିଆଗଲା ନାହିଁ। ବିଜେପି, କଂଗ୍ରେସର ନୀତି ନଥିବା ଲୋକଙ୍କୁ

ଟିକେଟ୍ ଦିଆଗଲା। ମିଛ ସତ କହି କିଏ ନିଷ୍ପତ୍ତି ନେଇଥିଲା? ଟିକେଟ୍ ରେ ପାତର ଅନ୍ତର କାହିଁକି କରାଗଲା। ଯେଉଁ ମାନେ ବିଜେଡ଼ି ନୀତି ଆଦର୍ଶ ଜାଣି

ନାହାଁନ୍ତି ସେମାନଙ୍କୁ ଟିକେଟ୍ ଦେବାର ଫଳ ରାଜ୍ୟସଭା ନିର୍ବାଚନରେ ମିଳିଲା। ଘୋଡା ଭଳି ବିକ୍ରି

ହୋଇଗଲେ।

ସେ କହିଛନ୍ତି ଯେ, ଆମେ କଠିନ ରାସ୍ତାରେ ଯାଉଚୁ। କିନ୍ତୁ ନବୀନଙ୍କ ନେତୃତ୍ଵରେ ଦଳ ଦୃଢ଼ ହେବ। ଦଳରେ

ଅବିଶ୍ବାସ ବାତାବରଣ ଖେଳିଲା କାହିଁକି। ଯେଉଁ ମାନଙ୍କ ନିଜ ସ୍ଥିତି ଗମ୍ଭିର, ସେମାନେ ଦଳ କଥା ଚିନ୍ତା ଯଦି

କରିବେ ତାହାଲେ ଅବିଶ୍ବାସ ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ।

ଦୋଗଲା ଗୁଣ ନାହିଁ ଆମର। ନବୀନ ବାବୁଙ୍କୁ 2029 ରେ ପୁଣି

ଥରେ ମୁଖ୍ୟମନ୍ତ୍ରୀ ହେବାର ସ୍ଵପ୍ନ ଦେଖୁଛି। ଆମକୁ ସେ ଦାୟିତ୍ଵ ଏଯାଏ ମିଳିନି। ମିଳିଲେ ସଂଗଠନ

ସଜାଡ଼ି ଯିବ। ଦିନ ରାତି ଦଳ ପାଇଁ କାମ କରିବୁ। ଦଳ ସଜାଡି ହେବ କିନ୍ତୁ ସବୁ ମଣିମା ବା

ମୁଖିଆଙ୍କ ଉପରେ ନିର୍ଭର କରେ। ଦଳର ମୁଖିଆ ସମୟ ଦେଇଛନ୍ତି କିଛି ନେତାଙ୍କୁ ସୁଧୁରି

ଯିବାକୁ। ସୁଧୁରି ଯାଆନ୍ତୁ ନଚେତ୍ ନବୀନ ବାବୁ

ମୂଷାଙ୍କୁ ବିଦା କରିବେ ବୋଲି ସମ୍ବିତ ରାଉତରାୟ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande