୬୯ତମ ଏସଜିଏଫଆଇ ରଗବୀ ଚାମ୍ପିଅନସିପ୍ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ
କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (ଏସଜିଏଫଆଇ) ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥି
୬୯ତମ ଏସଜିଏଫଆଇ ରଗବୀ ଚାମ୍ପିଅନସିପ୍ରେ ୧୪     ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ


କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ

ଭୁବନେଶ୍ୱର, 09 ଏପ୍ରିଲ୍ (ହି.ସ.)- ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ

ସମୂହ (ଏସଜିଏଫଆଇ) ରଗବୀ ଚାମ୍ପିଅନସିପ୍ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର

ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି । ଏହି ଚାମ୍ପିଅନସିପ୍ରେ

ଦେଶର ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉଭୟ ବାଳକ ଓ ବାଳିକା ବର୍ଗର ଅଂଶଗ୍ରହଣ

କରିଛନ୍ତି ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା

ଶାସନ ସଚିବ ଡ଼ା. ଏନ୍. ତିରୁମାଲା ନାୟକ କାର୍ଯକ୍ରମରେ ଉପସ୍ଥିତ ରହି ଯୁବ ଖେଳାଳୀମାନଙ୍କୁ

ସ୍ୱାଗତ କରିଥିଲେ । ସେ ଖେଳାଳୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବାକୁ

ଶୁଭକାମନା ଜଣାଇବା ସହ ଖେଳୁଆଡ ମନୋଭାବ ନେଇ ଖେଳିବାକୁ ଅନୁପ୍ରେରିତ କରିଥିଲେ । ସେ ଯୁବ

ଖେଳାଳୀମାନଙ୍କର ଉତ୍ସାହ ଓ ନିଷ୍ଠାକୁ ପ୍ରଶଂସା କରିବା ସହ ଏପରି ଚାମ୍ପିଅନସିପ୍ ମାଧ୍ୟମରେ

ତୃଣମୂଳସ୍ତରରେ ଖେଳକୁ ପହଞ୍ଚାଯାଇପାରିବ ବୋଲି

ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ

ବିରେନ୍ଦ୍ର କରକରା ଓ ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା ମଧ୍ୟ

ଉପସ୍ଥିତ ଥିଲେ । ସେମାନେ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande