ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ନବମ ଦିନ ସଚେତନତା ପଦଯାତ୍ରା
ପୁରୀ, ୯ ଏପ୍ରିଲ୍ (ହି.ସ.)- ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଦାବିରେ ଆୟୋଜିତ ସଚେତନତା ପଦଯାତ୍ରାର ନବମ ଦିନ ଗୁରୁବାର ଉତ୍ସାହ, ଆସ୍ଥା ଓ ଏକତାର ଭାବନାରେ ଭରିଯାଇଥିଲା। ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ନବମ ଦିନ ସଚେତନତା ପଦଯାତ୍ରା


ପୁରୀ, ୯ ଏପ୍ରିଲ୍ (ହି.ସ.)- ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଦାବିରେ ଆୟୋଜିତ ସଚେତନତା ପଦଯାତ୍ରାର ନବମ ଦିନ ଗୁରୁବାର ଉତ୍ସାହ, ଆସ୍ଥା ଓ ଏକତାର ଭାବନାରେ ଭରିଯାଇଥିଲା। ବଳଗଣ୍ଡି ସ୍ଥିତ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଶ୍ରୀମନ୍ଦିର ନିକଟରେ ଶେଷ ହୋଇଥିଲା। ଯାତ୍ରା ସମୟରେ ଭକ୍ତି, ସମ୍ବେଦନା ଓ ଲୋକାଧିକାରର ଦାବି ଏକ ସ୍ପଷ୍ଟ ସ୍ୱରରେ ପ୍ରକାଶ ପାଇଥିଲା। ଆଜିର ଏହି ସଚେତନତା ପଦଯାତ୍ରାରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଇତିଭୁଆ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଦାମୋଦର ନାୟକ, ସଞ୍ଜୟ କୁମାର ପ୍ରଧାନ, ବିଦ୍ୟୁତଲତା ଆଚାର୍ଯ୍ୟ, ହରିଶଙ୍କର ମିଶ୍ର, ସୁକାନ୍ତ ପଣ୍ଡା, ବିଶ୍ୱନାଥ ମିଶ୍ର, ଚକ୍ରଧର ମହାପାତ୍ର, କିଶୋର ଚନ୍ଦ୍ର ଦାସ, ସୂର୍ଯ୍ୟ ନାରାୟଣ ରଥ, ବନିତା ଦୀକ୍ଷିତ, କାଳନ୍ଦୀ ଚରଣ ବେହେରା, ରାମକୃଷ୍ଣ ମହାନ୍ତି, ସୁରେଶ ଚନ୍ଦ୍ର ମିଶ୍ର, ରାଜା ମହାନ୍ତି, ଦେବୀପ୍ରସାଦ ମିଶ୍ର, ଅରୁଣା ପଟ୍ଟନାୟକ, ମାନସ ପଟ୍ଟନାୟକ, କ୍ଷୀରୋଦ ଦାଶ, ରାମଚନ୍ଦ୍ର ମହାନ୍ତି ଓ କେଦାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ପଦଯାତ୍ରାକୁ ଅଧିକ ସାର୍ଥକ କରିଥିଲା।

ଏହି ପଦଯାତ୍ରାର ସଂଯୋଜନା ଆବାହକ ସ୍ଵାଧୀନ ପଣ୍ଡା କୁମାର କରିଥିଲେ। ସେ କହିଥିଲେ ଯେ, ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଜାରି ରହିବ। ଭକ୍ତିର ସହ ଅଧିକାରର ଏହି ଯାତ୍ରା ପୁରୀ ସହର ଓ ସଦରବାସୀଙ୍କ ଲୋକମାନଙ୍କ ଭାବନାକୁ ଏକତ୍ର କରିବା ସହିତ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନକୁ ଆହୁରି ମଜବୁତ କରିଛି।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande