ଅସ୍ତଳରେ ଶହେବର୍ଷରୁ ଊର୍ଦ୍ଧ୍ୱ ଶ୍ରୀରାମ ନବମୀ ମହୋତ୍ସବ ଏକ ନିଆରା ପରମ୍ପରା, ଭଦ୍ରକ ଶ୍ରୀରାମ ନବମୀ ଦେଢ଼ ମାସ ଧରି ପାଳିତ
ଭଦ୍ରକ, ୧୦ ମଇ (ହି.ସ.) - ଭଦ୍ରକ ସହର ନରିପୁର ଅସ୍ତଳ ଗ୍ରାମରେ ଥିବା ବହୁ ପୁରାତନ ଜାଡ଼ିବାସୁଳୀ, ବୁଢ଼ି ଜାଗୁଳାଇ, ଗ୍ରାମଦେବୀ ମନ୍ଦିର, ପାର୍ଶ୍ୱ ଶହେବର୍ଷରୁ ଊର୍ଦ୍ଧ୍ୱ ସାର୍ବଜନୀନ ଶ୍ରୀରାମ ନବମୀ ପୂଜୋତ୍ସବ ମହାସମାରୋହରେ ଦୀର୍ଘ ଦେଢମାସ ଧରି ଉଦ୍ଯାପିତ ହୋଇଯାଇଛି। ଏହାର ଭଷାଣି ଉତ୍ସବ ସାଳନ୍ଦୀ ନ
ASTAL SRIRAM NAVAMI MOHASTAV


ଭଦ୍ରକ, ୧୦ ମଇ (ହି.ସ.) - ଭଦ୍ରକ ସହର ନରିପୁର ଅସ୍ତଳ ଗ୍ରାମରେ ଥିବା ବହୁ ପୁରାତନ ଜାଡ଼ିବାସୁଳୀ, ବୁଢ଼ି ଜାଗୁଳାଇ, ଗ୍ରାମଦେବୀ ମନ୍ଦିର, ପାର୍ଶ୍ୱ ଶହେବର୍ଷରୁ ଊର୍ଦ୍ଧ୍ୱ ସାର୍ବଜନୀନ ଶ୍ରୀରାମ ନବମୀ ପୂଜୋତ୍ସବ ମହାସମାରୋହରେ ଦୀର୍ଘ ଦେଢମାସ ଧରି ଉଦ୍ଯାପିତ ହୋଇଯାଇଛି। ଏହାର ଭଷାଣି ଉତ୍ସବ ସାଳନ୍ଦୀ ନଦୀଘାଟରେ ସମ୍ପନ୍ନ ହୋଇଛି। ଏଥିରେ ପୂଜା କର୍ମକର୍ତା, କାଉନ୍ସିଲର, କାଉନ୍ସିଲରଙ୍କ ପ୍ରତିନିଧି ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ପୂଜାକର୍ମରେ ପ୍ରତ୍ୟେକ ଦିନ ପ୍ରସାଦ ସେବନ, ସନ୍ଧ୍ୟା ଆଳତି ଶ୍ରଦ୍ଧାଳୁମାନେ ଦର୍ଶନ କରିଥାନ୍ତି। ଦୈନନ୍ଦିନ ବିଗ୍ରହଙ୍କ ଠାରେ ପୂଜାର୍ଚ୍ଚନା ସହ ନୀତିକାନ୍ତି ହୋଇଥାଏ। ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ପାଠ, ପ୍ରବଚନ, ଭଜନ, ପାରାୟଣ, ଧର୍ମଚର୍ଚ୍ଚା, ମନୋରଂଜନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା। ତେବେ ଏହି ଶ୍ରୀରାମ ନବମୀରେ ପ୍ରତିଦିନ ଗ୍ରାମବାସୀଙ୍କ ପକ୍ଷରୁ ପାଳିଭୋଗ ଲାଗି ହୋଇ ପ୍ରସାଦ ସେବନ ସମସ୍ତେ କରିଥାନ୍ତି। ସୂଚନାଯୋଗ୍ୟ ଯେ ପାଳିଭୋଗ ଶେଷ ନ ହେବା ଯାଏ ମହାପ୍ରଭୁ ପୂଜା ପାଇଥାନ୍ତି। ଏହା ଏକ ଦୀର୍ଘ ବର୍ଷ ଧରି ନିଆରା ପରମ୍ପରା ରହିଆସିଛି। ଶ୍ରୀରାମ ନବମୀ ପୂଜା କମିଟିର ସମ୍ପାଦକ ତଥା ପୂର୍ବତନ କାଉନ୍ସିଲର୍ ସମାଜସେବୀ ଗଜେନ୍ଦ୍ର ପଣ୍ଡା, କାଉନ୍ସିଲର ଗୀତାଞ୍ଜଳି ଦାସ, କାଉନ୍ସିଲର୍ଙ୍କ ପ୍ରତିନିଧି ଯୁବନେତା ସୂର୍ଯ୍ୟକୁମାର ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ, ସାମ୍ବାଦିକ, ଆଇନଜୀବୀ ଓ ଶୁଭେଚ୍ଛୁଙ୍କ ସହଯୋଗରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଏହାଛଡ଼ା ଜନପ୍ରତିନିଧିମାନେ ମଧ୍ୟ ସାହାଯ୍ୟ ସହଯୋଗ କରିଆସୁଛନ୍ତି। ଗ୍ରାମରେ ଥିବା ଜାଡ଼ିବାସୁଳୀ, ଶ୍ରୀରାମ ମନ୍ଦିର, ଶ୍ରୀହନୁମାନ ମନ୍ଦିର ଏବଂ ନରେଶ୍ୱର ମନ୍ଦିରରେ ପୂଜକ ମଦନମୋହନ ମିଶ୍ର, ପ୍ରହଲ୍ଲାଦ ମିଶ୍ର, ଗୋବର୍ଦ୍ଧନ ମିଶ୍ର ଦୈନନ୍ଦିନ ପୂଜାପାଠ କରି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶହେ ବର୍ଷରୁ ଉର୍ଦ୍ଧ ଧରି ଅସ୍ତଳରେ ଶ୍ରୀରାମ ନବମୀ ଉତ୍ସବ ଅଦ୍ୟାବଧି ମହାସମାରୋହରେ ପାଳିତ ହୋଇଆସୁଅଛି। ଦୀର୍ଘ ବର୍ଷ ଧରି ଶ୍ରୀରାମ ନବମୀ ପୂଜା କମିଟିର ସମ୍ପାଦକ ତଥା ପୂର୍ବ କାଉନ୍ସିଲର ପୂର୍ବତନ ଗଜେନ୍ଦ୍ର ପଣ୍ଡା ଶ୍ରୀରାମ ନବମୀ ଉତ୍ସବରେ ୧୯୮୫ ମସିହାରୁ ସେବା ମନୋବୃତିରେ ଓତଃପ୍ରୋତଃ ଭାବେ ଅଦ୍ୟାବଧି ଜଡ଼ିତ ରହି ଆସୁଛନ୍ତି। ସୂଚନାଯୋଗ୍ୟ ଶ୍ରୀରାମ ନବମୀ କମିଟିର ସଦସ୍ୟ ଦେବବ୍ରତ ନାୟକ(କାଳିଆ)ଙ୍କ ବିୟୋଗରେ ନୀରବ ଶୋକସଭା ଶ୍ରୀରାମ ନବମୀ ଉତ୍ସବରେ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande