
ଭଦ୍ରକ, ୧୨ ମଇ (ହି.ସ.) - ଭଦ୍ରକ ଇଣ୍ଡସଇଣ୍ଡ ବ୍ୟାଙ୍କରେ ଜାଲିଆତି ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଜାଲିଆତିରେ ଜଣେ ଗ୍ରାହକଙ୍କ ସ୍ଥାୟୀ ଜମାରୁ ୯ ଲକ୍ଷ ଟଙ୍କା ଗାଏବ ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ଜମାକାରୀ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହେବା ସହ ଭଦ୍ରକ ସାଇବର ଥାନାରେ ଏନେଇ ଏକ ମାମଲା ଦାୟର କରିଛନ୍ତି । ଅଭିଯୋଗକାରି ଜମାକାରୀ ସେକ ଜହୁର ଅହେମଦ ଗତ ଡିସେମ୍ବର ୪ ତାରିଖରେ ଇଣ୍ଡସଇଣ୍ଡ ବ୍ୟାଙ୍କରେ ୯ ଲକ୍ଷ ଟଙ୍କାର ଏକ ସ୍ଥାୟୀ ଜମା କରିଥିଲେ । ତେବେ ଡିସେମ୍ବର ୧୫ ରେ ଜମାକାରୀଙ୍କ ଅଗୋଚରରେ ଏହି ଟଙ୍କାକୁ ଉଠାଇ ନିଆଯାଇଛି । ବିଭିନ୍ନ ତାରିଖରେ ଥରଥର କରି ମୋଟ ୭ ଥରରେ ଏହି ଟଙ୍କା ଉଠାଇ ନିଆଯାଇଛି । ଏନେଇ ଜମା କାରୀ ବ୍ୟାଙ୍କକୁ ଜଣାଇବା ପରେ କତୃପକ୍ଷ ତାଙ୍କ ଟଙ୍କା ହ୍ୟାକ ହୋଇଯାଇଛି ବୋଲି କହିଛନ୍ତି । ତେବେ ସୁଚିନ୍ତିତ ଭାବେ ତାଙ୍କ ଜମା ଟଙ୍କାକୁ ହଡ଼ପ କରାଯାଇଥିବା ନେଇ ଜମାକାରୀ ଅଭିଯୋଗ କରି ତାଙ୍କ ଜମା ଅର୍ଥ ଫେରସ୍ତ ପାଇଁ ଦାବୀ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ