କୋରାପୁଟ ଜିଲ୍ଲାରେ ତ୍ରୟବାର୍ଷିକୀ ସମ୍ମିଳନି କରିବା ନେଇ କୁଚକ୍ରାନ୍ତ
ଜୟପୁର, ୧୦ ମଇ (ହି.ସ.)-ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଜୟପୁର ଯାଦବ ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଆୟୋଜିତ ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସମ୍ପାଦକ ଜଗେନ୍ଦ୍ର ଚୌଧୁରୀଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭ
କୋରାପୁଟ ଜିଲ୍ଲା ରେ ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ କୁ ଚକ୍ରାନ୍ତ


ଜୟପୁର, ୧୦ ମଇ (ହି.ସ.)-ଓଡ଼ିଶା ଅମଲା ସଂଘର ଏକ ସ୍ବତନ୍ତ୍ର ବୈଠକ ଜୟପୁର ଯାଦବ ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଆୟୋଜିତ ଉକ୍ତ ବୈଠକରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସମ୍ପାଦକ ଜଗେନ୍ଦ୍ର ଚୌଧୁରୀଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଯୋଗଦାନ କରିଥିଲେ l ଓଡ଼ିଶା ଅମଲା ସଂଘ ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ଓଡ଼ିଶା ଅମଲା ସଂଘର ରାଜ୍ୟ ନେତୃବୃନ୍ଦ ଲକ୍ଷାଧିକ ଟଙ୍କା ହେରଫେର କରିଥିବା ବୈଠକରେ ଆଲୋଚନା ହୋଇଥିଲା l ରାଜ୍ୟ ସଂଘ ଏହାର ହିସାବ ନ ଦେଇ ସମସ୍ତଙ୍କୁ ଭୁଆଁ ବୁଲେଇବା ଶ୍ରୀ ଦାଶ୍ ପ୍ରକାଶ କରିଥିଲେ l ବିଗତ ଦିନରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଦାବି ପୂରଣ ନିମନ୍ତେ ମିଳିତ ଅମଲା ମଞ୍ଚ ଗଠନ କରି ଲକ୍ଷ ଲକ୍ଷ ଟଙ୍କା ଦାବି ପୂରଣ କରାଇବା କହି ଠକି ନେଇଥିବା ପରବର୍ତ୍ତୀ ସମୟରେ ପୂର୍ବତନ ସରକାରଙ୍କ ସହିତ ସଲା ସୁତୁରା କରି ଦାବିକୁ ବିଫଳ କରାଇ ବର୍ତମାନ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଟଙ୍କା ଫେରାଇ ନଥିବା ଶ୍ରୀ ଦାଶ୍ ଅଭିଯୋଗ କରିଥିଲେ l ସବୁ ମୁଖା ଖୋଲିଯିବା ଭୟରେ କୋରାପୁଟ ଜିଲ୍ଲାରେ ତ୍ରୟବାର୍ଷିକି ସମ୍ମିଳନି କରିବା ନେଇ କୁଣ୍ଠାବୋଧ କରି ପୁରୀରେ ସମ୍ମିଳନୀ କରିବା ନିମନ୍ତେ ସ୍ଥିର କରିଦେବା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଉଥିବା ଶ୍ରୀ ଦାଶ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ l କୁ ଚକ୍ରାନ୍ତ କରି ନିର୍ବାଚନ ପୂର୍ବରୁ କର୍ମକର୍ତ୍ତା ଚୟନ ହୋଇ ସାରିଥିବା ବହୁତ ଦୁଃଖର ବିଷୟ ବୋଲି ଚର୍ଚ୍ଚା ଜୋର ଧରିଛି l କିଛି କୁଚକ୍ରାନ୍ତକାରୀ ରାଜସ୍ବ ଅମଲା ଓଡ଼ିଶା ଅମଲା ସଂଘର ବିଭିନ୍ନ ପଦ ପଦବୀରେ ରହି ଓଡ଼ିଶା ଅମଲା ସଂଘକୁ ବିରୋଧ କରୁଥିବା ଯୋଗୁଁ ବିଭିନ୍ନ ଜିଲ୍ଲାର କିଛି ନେତୃବୃନ୍ଦଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ଓଡ଼ିଶା ଅମଲା ସଂଘର ସଭାପତି, ଗଣମାଧ୍ୟମ ସମ୍ପାଦକ ଓ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷଙ୍କୁ ଓଡ଼ିଶା ଅମଲା ସଂଘର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଓ ଗୃହ ବିଭାଗ ସଚିବ ଓ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇବା ସୂଚନା ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସାଙ୍ଗଠନିକ ସମ୍ପାଦକ କୈଳାଶ ସାମନ୍ତରାୟ, ଉପଦେଷ୍ଟା ବୃନ୍ଦାବନ ପଣ୍ଡା।, ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ମଞ୍ଚାସିନ ହୋଇଥିଲେ। ଉପ ସଭାପତି କାଳି ପ୍ରସାଦ ମିଶ୍ର, ସଞ୍ଜୟ କୁମାର ରଥ, ବାଳ ଗୋପାଳ ମିଶ୍ର, ବିନାୟକ ମହାପାତ୍ର, ସୁଜାତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande