ଅଫୁଟା ବାଣ ସଂସ୍ପର୍ଶରେ ଆସି ୨ଭଉଣୀ ଗୁରୁତର
ଭଦ୍ରକ, ୧୦ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କାଁପଡ଼ା ପଂଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ସଂସ୍ପର୍ଶରେ ଆସି ୨ଭଉଣୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଉଛନ୍ତି ଫକୀର ଦାସଙ୍କ ଝିଅ ଲଷ୍ମୀ (୮) ଏବଂ ସଖୀ (୫) । ଜଣାଯାଇଛି ଯେ, ଶନିବାର ରାତିରେ ଗ୍ରାମରେ ଏକ ବିବାହ ଶୋଭାଯାତ
BANA FUTI TWO SISTER GURUTARA


ଭଦ୍ରକ, ୧୦ ମଇ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା କାଁପଡ଼ା ପଂଚାୟତ ଅଧୀନ ଦପା ଗ୍ରାମରେ ରବିବାର ଅଫୁଟା ବାଣ ସଂସ୍ପର୍ଶରେ ଆସି ୨ଭଉଣୀ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଉଛନ୍ତି ଫକୀର ଦାସଙ୍କ ଝିଅ ଲଷ୍ମୀ (୮) ଏବଂ ସଖୀ (୫) । ଜଣାଯାଇଛି ଯେ, ଶନିବାର ରାତିରେ ଗ୍ରାମରେ ଏକ ବିବାହ ଶୋଭାଯାତ୍ରାରେ ରୋଷଣୀ ଜଳାଯିବା ସହିତ ବାଣ ଫୁଟା ଯାଇଥିଲା । ତେବେ ବାଣ ଭିତରୁ କିଛି ଅଫୁଟା ରହି ଯାଇଥିଲା । ଲଷ୍ମୀ ଓ ସଖୀ ସେହି ବାଣରେ ନିଆଁ ଲଗାଇ ଫୁଟାଉ ଥିବାବେଳେ ହଠାତ ନିଆଁ ଉଠି ୨ଭଉଣୀଙ୍କ ମୁହଁ ଜଳି ଯାଇଥିଲା । ଯାହାଫଳରେ ସେମାନେ ଗୁରୁତର ହେବାରୁ ୨ଭଉଣୀଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande