କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ, ଗାଡି ଛାଡି ଗଂଜେଇ ମାଫିଆ ଫେରାର
ସୁବର୍ଣପୁର, ୧୦ ମଇ (ହି.ସ.)- ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ଗ୍ରାମପଞ୍ଚାୟତ ଲଙ୍ଗଳକଟା ଗ୍ରାମ ଚାଷଜମି ରାସ୍ତାରୁ ଶନିବାର ସକାଳ ୭ଟା ସମୟରେ ୨ କ୍ୟୁଣ୍ଟାଲ ୭୨ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରି ଗଂଜେଇ ବୋଝେଇ ଏକ କେଟ୍ରା କାର ଗାଡି ନମ୍ବର ଓଡି ୧୭X ୭୧୨୭କୁ ଜବତ କରିଛି ଡୁଙ୍ଗୁର
କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି  ଗଂଜେଇ ମାଫିଆ ଫେରାର


କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି  ଗଂଜେଇ ମାଫିଆ ଫେରାର


ସୁବର୍ଣପୁର, ୧୦ ମଇ (ହି.ସ.)- ସୋନପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ଗ୍ରାମପଞ୍ଚାୟତ ଲଙ୍ଗଳକଟା ଗ୍ରାମ ଚାଷଜମି ରାସ୍ତାରୁ ଶନିବାର ସକାଳ ୭ଟା ସମୟରେ ୨ କ୍ୟୁଣ୍ଟାଲ ୭୨ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରି ଗଂଜେଇ ବୋଝେଇ ଏକ କେଟ୍ରା କାର ଗାଡି ନମ୍ବର ଓଡି ୧୭X ୭୧୨୭କୁ ଜବତ କରିଛି ଡୁଙ୍ଗୁରିପାଲି ପୋଲିସ। ଗଂଜେଇ ମାଫିଆମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି। ଓଡିଶାରୁ ଛତିଶଗଡ଼ ଗଂଜେଇ ଚାଲାଣ।

ପ୍ରାପ୍ତ ପୋଲିସ ସୂତ୍ରରୁ ପ୍ରକାଶ ଯେ, ଶନିବାର ବୌଦ୍ଧ ପଟରୁ ଛତିଶଗଡକୁ ଗଂଜେଇ ଚାଲାଣ ହେଉଥିବା ବେଳେ ଏକ ଧଳା ରଙ୍ଗର ଏକ କାର ଗଂଜେଇ ବୋଝେଇ ଭର୍ତ୍ତି ଆସୁଥିବା ଦେଖି କୌଣସି ସୂତ୍ରରୁ ଖବର ପାଇ ସୋନପୁର ପୋଲିସ ଟିମ୍ କାର କୁ ପିଛା କରି ବିନିକା ଓ ରାମପୁର ପୋଲିସକୁ ଖବର ଦେଇଥିଲା | ସୋନପୁର, ବିନିକା ଓ ରାମପୁର ଥାନା ପୋଲିସ ଟିମ ମିଳିତ ହୋଇ ଭୋର ୫ ଟା ସମୟରେ କାରକୁ ପିଛା କରିଥିଲେ | ହେଲେ ଗଂଜେଇ ମାଫିଆ ମାନେ ଗଂଜେଇ ପାର କରି ନ ପାରି ଡୁଙ୍ଗୁରିପାଲି ଥାନା ବେହେରା ମାଲ ଗ୍ରାମ ପଞ୍ଚାୟତ ଲଙ୍ଗଳକଟା ଗ୍ରାମ ନିକଟ ଚାଷ ଜମି ରାସ୍ତାରେ ଗଂଜେଇ ଭର୍ତ୍ତି ଏକ ଧଳା କାରକୁ ଛାଡି ଫେରାର ହୋଇଯାଇଥିଲେ | ଚାଷଜମି ରାସ୍ତାରେ ସକାଳ ୭ଟା ରେ ଏକ ଧଳା କାର ଥିବା ଦେଖି ଲଙ୍ଗଳକଟା ଗ୍ରାମର ରବୀନ୍ଦ୍ର ତ୍ରିପାଠୀ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ | ଡୁଙ୍ଗୁରିପାଲି ପୋଲିସ ଘଟଣାସ୍ଥଳକୁ ସକାଳ ୭ଟା ସମୟରେ ପହଂଚିଥିଲେ | ପରେ ଦିନ ୧୧ଟା ସମୟରେ ରାମପୁର ଅତିରିକ୍ତ ତହସିଲଦାର ରୋହିତ କୁମାର ବାଘ ମାଜିଷ୍ଟ୍ରେଟ ଦାୟିତ୍ଵରେ ଉପସ୍ଥିତ ରହିଥିଲେ | ପୋଲିସ କାର ଭିତରୁ ଗଂଜେଇସବୁକୁ ବାହାର କରିଥିଲେ | କାର ଭିତରୁ ମୋଟ ୨୭୦ ପକେଟ ଗଂଜେଇ ବାହାରି ଥିଲା | ମାଜିଷ୍ଟ୍ରେଟ ବାଘଙ୍କ ଉପସ୍ଥିତରେ ଓଜନ କରାଯାଇଥିଲା | ଗଂଜେଇକୁ ଓଜନ କଲା ପରେ ତାହା ୨ କ୍ୟୁଣ୍ଟାଲ ୭୨ କିଲୋ ୨୦୦ ଗ୍ରାମ ହୋଇଥିଲା | ଓଜନ ଗଂଜେଇ ସବୁ ୧୨ ଗୋଟି ବଡ଼ ପକେଟରେ ଭର୍ତ୍ତି କରି ସିଲ କରାଯାଇ ପୋଲିସ ଜବତ କରିରଖିଛି | ଗଂଜେଇ ମାଫିଆ ମାନେ ଗଂଜେଇ ଚାଲାଣ କରୁଥିବା ବେଳେ ଦୁଇଟି ନମ୍ବର ପ୍ଲେଟ ଓଡିଶା ଓ ଛତିଶଗଡ ନମ୍ବର ପ୍ଲେଟ ଓ କାର କୁ ପୋଲିସ ଜବତ କରିଛି | ଜବତ ହୋଇଥିବା ଗଂଜେଇର ସରକାରୀ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବା ପୋଲିସ କହିଛି। ଏ ନେଇ ଡୁଙ୍ଗୁରିପାଲି ପୋଲିସ କେଶ ନଂ -୧୧୫ /୨୬ ରେ ଅବକାରୀ ଆକ୍ଟ ୩୧୮/(୪)ଭାରତୀୟ ନ୍ୟାୟ ସହିତା ଅନୁଯାୟୀ ୨୦ (b)c ୨୫/୨୯ ,୨୦(b)(ii)c ୨୫/୨୯ ମାମଲା ୠଜୁ ହୋଇଥିବା ତଦନ୍ତ ଅଧିକାରୀ ଏସଆଇ ଅମିତ କୁମାର ଧଳ କହିଛନ୍ତି |

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande