
କେନ୍ଦ୍ରାପଡା, ୧୦ ମଇ (ହି.ସ.)- ସାହି ସେବାୟତଙ୍କ ତରଫରୁ ଆକର୍ଷଣୀୟ ବନାଟି ଖେଳ ଏକଉଶି ଦିନ ବ୍ୟାପୀ ଚାଲିଥିବା ଶ୍ରୀ ଜୀଉଙ୍କ ଚନ୍ଦନ ଯାତ୍ରା ଆଜି ଉତ୍କଳ ଭଉଁରିରେ ମହାସମାରୋହରେ ଉଦଯାପନ ହୋଇଛି। ସୁ ସଜ୍ଜିତ ବିମାନରେ ଚଳନ୍ତି ପ୍ରତିମା ବାଇଶି ପାହାଚ ତଳେ ବିଜେ ହୋଇ ପଟୁଆର ଭୋଗରେ ସାମିଲ ହୋଇଥିଲେ। ଭୋଗ ସମ୍ପନ୍ନ ପରେ ବାଟ ଦେଉଳରେ ଥିବା ହନୁମାନ ଜୀଉଙ୍କ ପାର୍ଶ୍ଵରେ ଶସ୍ତ୍ର ପୂଜା କରାଯାଇ ମାର୍ଜନା ପୂର୍ବକ ଭୋଗ ଲାଗି ହୋଇଥିଲା। ପରେ ସାହି ସେବାୟତ ତରଫରୁ ଆକର୍ଷଣୀୟ ବନାଟି ଶସ୍ତ୍ର ପ୍ରତିଯୋଗିତା କରାଯାଇଥିଲା।
କାର୍ଯ୍ୟକ୍ରମ ସମ୍ପନ୍ନ ପରେ ଶ୍ରୀ ଜୀଉ ପୁଷ୍କରିଣୀକୁ ଯାତ୍ରା କରିଥିଲେ। ସଜ୍ଜିତ ନନ୍ଦା ଭଦ୍ରା ନୌକାରେ ଚାପ ଖେଳିଥିଲେ। ଏକଉଶୀ ଘେରା ପରିକ୍ରମା ପରେ ଚନ୍ଦନ ତାଲାରେ କେଳି କାକରା ପଣା ଭୋଗ କରାଯାଇଥିଲା। କିଛି ସମୟ ବିଶ୍ରାମ ପରେ ଶ୍ରୀ ଜୀଉ ଶ୍ରୀ ମନ୍ଦିରକୁ ଯାତ୍ରା କରିଥିଲେ। ଅନ୍ୟାନ୍ୟ ନୀତି ସମ୍ପନ୍ନ ପରେ ରାତ୍ର ଦୁଇଟା ବେଳକୁ ପହୁଡ଼ ପଡ଼ିଥିବା ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରବି