ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ ଉତ୍ସବରେ ‘ବୈଦେହୀଶ ବିଳାସ’ ଲୋକାର୍ପିତ
ଭୁବନେଶ୍ୱର, ୧୦ ମଇ (ହି.ସ.) : ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରବିବାର ଦିନ ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ, କଲମ୍ବ ତରଫରୁ ଆୟୋଜିତ ସାହିତ୍ୟିକ ଉତ୍ସବରେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମର କୃତି “ବୈଦେହୀଶ ବିଳାସ”କୁ ଲୋକାର୍ପଣ କରିଛନ୍ତି। ଏହି ଗ୍ରନ୍ଥ କୁଳମଣି ସ
‘ବୈଦେହୀଶ ବିଳାସ’ ଲୋକାର୍ପିତ


ଭୁବନେଶ୍ୱର, ୧୦ ମଇ (ହି.ସ.) : ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ରବିବାର ଦିନ ପ୍ରଜ୍ଞା ପ୍ରଦୀପ ଫାଉଣ୍ଡେସନ, କଲମ୍ବ ତରଫରୁ ଆୟୋଜିତ ସାହିତ୍ୟିକ ଉତ୍ସବରେ ଯୋଗଦେଇ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମର କୃତି “ବୈଦେହୀଶ ବିଳାସ”କୁ ଲୋକାର୍ପଣ କରିଛନ୍ତି।

ଏହି ଗ୍ରନ୍ଥ କୁଳମଣି ସାହୁଙ୍କ ସମ୍ପାଦନା ଏବଂ ମନୋଜ କୁମାର ସାହୁଙ୍କ ପ୍ରକାଶନରେ ପ୍ରକାଶିତ ହୋଇଛି। ମଧୁବୈଶ ସମାଜ କଲ୍ୟାଣ ମଣ୍ଡପ, ପୋଲସରାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟପ୍ରେମୀ, ବୁଦ୍ଧିଜୀବୀ ଓ ଗଣ୍ୟମାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ସମାରୋହକୁ ସମ୍ବୋଧନ କରି ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, “ବୈଦେହୀଶ ବିଳାସ” ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଧରୋହର ଏବଂ ଏହା ଭାଷା ଓ ସଂସ୍କୃତିର ସମୃଦ୍ଧିକୁ ପ୍ରତିଫଳିତ କରେ।

ସେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରସାର ପାଇଁ ଏପରି ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହାସହ ସେ ସମସ୍ତ ପାଠକ ଓ ସାହିତ୍ୟ ଅନୁରାଗୀଙ୍କୁ କବି ସମ୍ରାଟଙ୍କ ଅମର କୃତିକୁ ଉଜ୍ଜୀବିତ ରଖିବା ପାଇଁ ଆହ୍ୱାନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande