ବାଲିଅନ୍ତା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ବିତ, ଆଇଆଇସି ଅନିଲ ପରିଡ଼ାଙ୍କ ବଦଳି
ଭୁବନେଶ୍ୱର, ୧୦ ମଇ (ହି.ସ.) ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ କଠୋର ଶାସନାତ୍ମକ ପଦକ୍ଷେପ ନିଆଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଲିଅନ୍ତା ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ ଅନିଲ ପରିଡ଼ାଙ୍କୁ ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ମୁଖ୍ୟାଳୟକୁ ବଦଳି କରାଯା
ବାଲିଅନ୍ତା ଘଟଣା: ୪ ପୋଲିସ କର୍ମଚାରୀ ନିଲମ୍ବିତ, ଆଇଆଇସି ଅନିଲ ପରିଡ଼ାଙ୍କ ବଦଳି


ଭୁବନେଶ୍ୱର, ୧୦ ମଇ (ହି.ସ.) ବାଲିଅନ୍ତା ଭିଡ଼ ହତ୍ୟା ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ କଠୋର ଶାସନାତ୍ମକ ପଦକ୍ଷେପ ନିଆଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବାଲିଅନ୍ତା ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ ଅନିଲ ପରିଡ଼ାଙ୍କୁ ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସେହିପରି, ଜଣେ ସବ୍-ଇନ୍ସପେକ୍ଟର, ଜଣେ ଅସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର, ଜଣେ ଓଏପିଏଫ କର୍ମଚାରୀ ଏବଂ ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଦୁଇଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ସମୟରେ କର୍ତ୍ତବ୍ୟରେ ଅବହେଳା ଏବଂ ଶାନ୍ତି-ଶୃଙ୍ଖଳା ରକ୍ଷାରେ ବିଫଳତାକୁ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଘଟଣା ପରେ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ପୋଲିସ ପକ୍ଷରୁ ସତର୍କତା ବଢ଼ାଯାଇଛି। ମାମଲାର ତଦନ୍ତ ଚାଲୁ ରହିଛି ଏବଂ ଆଗାମୀ ଦିନରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande