ମଝି ରାସ୍ତାରେ କାର ପାର୍କିଂ ଯୋଗୁଁ ଅଚଳାବସ୍ଥା
ସମ୍ବଲପୁର, ୧୦ ମଇ (ହି.ସ.)- ସମ୍ବଲପୁର ସହରରେ ବହୁ ରଥୀ ମହାରଥୀଙ୍କ ଠାରୁ ନେଇ ଗରିବ ଗୁରୁବା ମାନେ ବି ରହୁଛନ୍ତି । ଯାନବାହାନ ଚଳାଚଳ କ୍ଷେତ୍ରରେ ପ୍ରତ୍ଯେକ ଛକରେ ଟ୍ରାଫିକ ପୋଲିସ ମଧ୍ୟ ନିୟୋଜିତ ରହିଛନ୍ତି । ମାତ୍ର ରବିବାର ସନ୍ଧ୍ୟାରେ ଓଡି ୧୫ ଏଏ ୨୯୦୫ ନମ୍ବରର ଏକ ଧଳା କାର ଗୋଲବଜ଼ାର -ଗେଟି ରୋ
ମଝି ରାସ୍ତାରେ କାର ପାର୍କିଂ ଯୋଗୁଁ ଅଚଳାବସ୍ଥା


ସମ୍ବଲପୁର, ୧୦ ମଇ (ହି.ସ.)- ସମ୍ବଲପୁର ସହରରେ ବହୁ ରଥୀ ମହାରଥୀଙ୍କ ଠାରୁ ନେଇ ଗରିବ ଗୁରୁବା ମାନେ ବି ରହୁଛନ୍ତି । ଯାନବାହାନ ଚଳାଚଳ କ୍ଷେତ୍ରରେ ପ୍ରତ୍ଯେକ ଛକରେ ଟ୍ରାଫିକ ପୋଲିସ ମଧ୍ୟ ନିୟୋଜିତ ରହିଛନ୍ତି । ମାତ୍ର ରବିବାର ସନ୍ଧ୍ୟାରେ ଓଡି ୧୫ ଏଏ ୨୯୦୫ ନମ୍ବରର ଏକ ଧଳା କାର ଗୋଲବଜ଼ାର -ଗେଟି ରୋଡ ମୁଖ୍ୟ ରାସ୍ତାରେ ବେଆଇନ ଭାବେ ପାର୍କିଙ୍ଗ କରିଥିବାରୁ ବିନା କାରଣରେ ଶହଶହ ସଂଖ୍ୟାରେ ଅଟୋ ବାଇକ୍ ଅକଥନୀୟ ଯନ୍ତ୍ରଣାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସହରର ଆଇନ୍ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଥିବା ବେଳେ ଏଭଳି ଖାମଖିଆଲି ପାର୍କିଂ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande