ମହିଳା ବିରୋଧୀ ଆଭିମୁଖ୍ୟ; ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲ୍ କୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ପଦଯାତ୍ରା
ମାଲକାନଗିରି,୧୦ ମଇ (ହି.ସ.)- ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଛି । ୧୦୦୦ରୁ ଉର୍ଧ୍ଵ ମହିଳା ଶିଶ
ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ପଦଯାତ୍ରା ।


ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ପଦଯାତ୍ରା ।


ମାଲକାନଗିରି,୧୦ ମଇ (ହି.ସ.)- ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଛି । ୧୦୦୦ରୁ ଉର୍ଧ୍ଵ ମହିଳା ଶିଶୁମନ୍ଦିର ଠାରୁ ଏକ ବିରାଟ ରାଲୀରେ ବାହାରି ସେର ପଲ୍ଲୀ ଛକ ଠାରେ ସମବେତ ହୋଇଥିଲେ । ମହିଳାଙ୍କ ପ୍ରତି ସଂସଦରେ ହୋଇଥିବା ଅନ୍ୟାୟ, ମହିଳାଙ୍କ ଅଧିକାର ସଙ୍କୁଚିତ କରିବା ଦ୍ୱାରା ମହିଳା ବିଲ୍ ପାରିତ ହୋଇ ପାରିନଥିଲା ।

ଆଜିର ଏହି ସମାବେଶରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟା ସନ୍ତୋଷିନୀ ପାତ୍ର, ବିଧାୟକ ପ୍ରତିନିଧି ନିହାର ରାୟ, ସଜୁ ସରକାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ବେଣି କାର୍ତ୍ତୁଲ, ସୌଦାମିନୀ ଆଚାର୍ଯ୍ୟ, ମମତା ମୟୀ ମହାନ୍ତି, ଦ୍ରୌପଦୀ ପଟ୍ଟନାୟକ ବ୍ଲକ ପଡିଆ ଠାରେ ସମବେତ ହୋଇ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୋଧରେ ଏକ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା । କଂଗ୍ରେସ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ବିରୋଧୀମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ ଜବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା। ମହିଳା ନେତ୍ରୀମାନେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ଦଳ କଂଗ୍ରେସ, ବିଜେଡି ମହିଳା ବିରୋଧୀ ବୋଲି ଉପସ୍ଥାପନ କରିଥିଲେ ।

ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande