ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର
ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର
ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର


ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର


ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର


ଖୁବଶୀଘ୍ର ଲୋକ ଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ : ଧର୍ମେନ୍ଦ୍ର

ସମ୍ବଲପୁର,୧୦, ମେ (ହି.ସ.)

ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ ବା ପରିବେଶିକ ଐତିହ୍ୟ ସ୍ଥଳ ବିକଶିତ କରିବା ପ୍ରକଳ୍ପ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏହି ଭୂମି ପୂଜନ ଉତ୍ସବରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟ ପଞ୍ଚାୟତ ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ପୋଲିସ ଆଇଜି ହିମାଂଶୁ ଲାଲ, ଏସପି ମୁକେଶ ଭାମୁ ପ୍ରମୁଖ ଯୋଗଦେଇଥିଲେ।ଏହି ଐତିହ୍ୟ ସ୍ଥଳୀର ବିକାଶ ପାଇଁ ପ୍ରାୟ ୮ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ଭୀମ ମଣ୍ଡଳୀରେ ଖୁବ ଶୀଘ୍ର ପ୍ରବେଶ ପଥ, ବ୍ରିଜ୍, ଭ୍ୟୁ ପଏଣ୍ଟ, ସୌର ଶକ୍ତି ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଏବଂ ବିଶ୍ରାମ ଗୃହ ଆଦି ନିର୍ମାଣ କରାଯିବ । ଐତିହାସିକ ଦୃଷ୍ଟିକୋଣ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ସମ୍ପର୍କ ପାଇଁ ଭୀମମଣ୍ଡଳୀ ସବୁବେଳେ ସ୍ୱତନ୍ତ୍ର । ଏହି ପଦକ୍ଷେପ ଭୀମମଣ୍ଡଳୀର ଗୌରବମୟ ଇତିହାସକୁ ଲୋକଲୋଚନକୁ ଆଣିବା ସହ ସମ୍ବଲପୁରର ପର୍ଯ୍ୟଟନକୁ ସୁଦୃଢ଼ କରିବ। ଏହି ଦୁର୍ଲ୍ଲଭ ପର୍ଯ୍ୟଟନ ସ୍ଥଳୀଙ୍କୁ ଆନ୍ତର୍ଜାତୀୟ ମାନଚିତ୍ରରେ ସ୍ଥାନ ଦେବା ଓ ଏଏସଆଇ ମାନ୍ୟତା ତଥା ଏଠାରେ ଥିବା ଦଶ ହଜାର ବର୍ଷ ର ରକ ଆର୍ଟ ର ସଂରକ୍ଷଣ ଉଦ୍ୟମ ଜାରୀ ରହିଛି ବୋଲି ସେ କହିଛନ୍ତି । ଟିକିରା ନଦୀ କୂଳରେ ଅବସ୍ଥିତ ଭୀମ ମଣ୍ଡଳୀରେ ହଜାର ହଜାର ବର୍ଷ ପୁରାତନ ଇତିହାସ ବିଜଡିତ ବହୁ ସଂଖ୍ୟକ ଗୁମ୍ଫା, ଶିଳା ଲେଖ, ଶୈଳ ଚିତ୍ର ରହିଛି।

ଗତବର୍ଷ ଫେବୃଆରୀ ୨୫ରେ ଏହି ସ୍ଥାନ ପରିଦର୍ଶନ କରିବା ଅବସରରେ ଶ୍ରୀ ପ୍ରଧାନ ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତଙ୍କୁ ପତ୍ର ଲେଖି ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ଏକ ‘ପର୍ଯ୍ୟଟନ ସର୍କିଟ୍’ ଭାବେ ଘୋଷଣା କରିବାକୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁରୋଧ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande