ବୃକ୍ଷ ସହ ଶିଶୁର ବନ୍ଧୁତା ନେଇ ବୈଠକ
ଜୟପୁର,୧୦ ମେ (ହି.ସ.) - ବୃକ୍ଷ ରୋପଣ ଯେତିକି ଆବଶ୍ୟକ ତାହାର ରକ୍ଷଣାବେକ୍ଷଣ ସେତିକି ଜରୁରୀ। ଏହି ଚିନ୍ତନ ବିଶେଷକରି ଶିଶୁଙ୍କ ଭିତରେ ସୃଷ୍ଟି ହେବା ଆବଶ୍ୟକ। ପାଠ ପଢ଼ାର ବୋଝ ଭିତରେ ପ୍ରକୃତି ସହିତ ଯେଉଁ ସଂଯୋଗ ରହିବା କଥା ତାହା ସେମାନଙ୍କ ରହି ପାରୁନି। ବୃକ୍ଷ ସହିତ ଶିଶୁଙ୍କ ବନ୍ଧୁତା ବଢ଼ାଇବା ଦ
ବୃକ୍ଷ ସହ ଶିଶୁର ବନ୍ଧୁତା ନେଇ ବୈଠକ


ଜୟପୁର,୧୦ ମେ (ହି.ସ.) - ବୃକ୍ଷ ରୋପଣ ଯେତିକି ଆବଶ୍ୟକ ତାହାର ରକ୍ଷଣାବେକ୍ଷଣ ସେତିକି ଜରୁରୀ। ଏହି ଚିନ୍ତନ ବିଶେଷକରି ଶିଶୁଙ୍କ ଭିତରେ ସୃଷ୍ଟି ହେବା ଆବଶ୍ୟକ। ପାଠ ପଢ଼ାର ବୋଝ ଭିତରେ ପ୍ରକୃତି ସହିତ ଯେଉଁ ସଂଯୋଗ ରହିବା କଥା ତାହା ସେମାନଙ୍କ ରହି ପାରୁନି। ବୃକ୍ଷ ସହିତ ଶିଶୁଙ୍କ ବନ୍ଧୁତା ବଢ଼ାଇବା ଦିଗରେ କାର୍ଯ୍ୟ କରିବା ପାଇଁ ଏକ ବୈଠକରେ ନିଷ୍ପତି ନେଇଛନ୍ତି ଯୋଜନା ଉଚ୍ଚ ବିଦ୍ୟାଳୟ, ବାରିଣୀପୁଟର ୧୯୯୮ ମାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀ। ଆଜି ସ୍କୁଲ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠୀ, ଅବସର ପ୍ରାପ୍ତ ଶିକ୍ଷକ କ୍ଷେତ୍ରମୋହନ ସ୍ୱାଇଁ, ବିଷ୍ଣୁ ଚରଣ ପଟନାୟକ ଯୋଗ ଦେଇଥିବା ବେଳେ ସାଇ ଗୋପାଳ ପାତ୍ର ସଭା ପରିଚାଳନା କରିଥିଲେ। ଧୀରେ ଧୀରେ ଗୁରୁ ଶିଷ୍ୟଙ୍କ ସଂପର୍କ ଭିତରେ ଦୂରତା ବଢ଼ିଥିବା ନେଇ ଅତିଥି ମାନେ ଉଦ୍ୱେଗ ପ୍ରକାଶ କରିଥିଲେ। ବିଶେଷକରି ପୁରାତନ ବିଦ୍ୟାର୍ଥୀ ମାନେ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇ ରହିବା ଓ ସ୍କୁଲର ଆବଶ୍ୟକତାକୁ ନିଜ ସାମର୍ଥ୍ୟ ଅନୁସାରେ ପୂରଣ କରାଇବାକୁ ଆଗଭର ହେବା ପାଇଁ ମୁଖ୍ୟଅତିଥି ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ। ଏହି ବୈଠକରେ ପ୍ରକୃତିକୁ ପ୍ରତିଦାନ ପ୍ରସଙ୍ଗରେ ଆଲୋଚନା ହୋଇଥଲା। ସ୍କୁଲରୁ ଫେରିବା ବେଳେ ପିଲାଙ୍କ ୱାଟର ବୋଟଲରେ ବଳକା ଥିବା ପାଣି ସ୍କୁଲ ପରିସରରେ ଥିବା ଗଛ ମୂଳରେ ଢାଳିବାକୁ ନିଜ ପିଲାଙ୍କୁ ଶିଖାଇବା ଉଚିତ୍ । ନିୟମିତ ଏଭଳି କରିବା ଦ୍ୱାରା ପିଲାଙ୍କ ଭିତରେ ଗଚ୍ଛ ପ୍ରତି ଦୁର୍ବଳତା ବଢିବ ଓ ସେ କ୍ରମଶଃ ତାର ଯତ୍ନ ନେବା ପାଇଁ ଇଛା ପ୍ରକାଶ କରିବ । ଏଣୁ ଏହି ଅଭ୍ୟାସ ଅଭିଭାବକ ମାନେ ପିଲାଙ୍କ ଦ୍ୱାରା କରାଇବ ଉଚିତ୍ ହେବ ବୋଲି ପୂର୍ବତନ ଛାତ୍ର ଚିତ ରଂଜନ ଚୌଧୁରୀ ମତ ଦେଇଥିଲେ । ଏଥିରେ ଉପସ୍ଥିତ ସମସ୍ତେ ଏକମତ ହୋଇଥଲେ। ଗଛରେ ପାଣି ଦେଉଥିବା ଫୋଟ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଅଧିକ ସଚେତନତା ସୃଷ୍ଟି କରାଯାଇ ପାରିବ ବୋଲି ପୁର୍ବତନ ଛାତ୍ରୀ ପୁଷ୍ପାଞ୍ଜଳି ମହାନ୍ତି, ବି. ସିରିଶା ଓ ସ୍ୱର୍ଣ୍ଣଲତା ମୁଦୁଲି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଦ୍ୟାର୍ଥୀ ରଞ୍ଜିତା ୱାବିଲା, ସଦନ ମାଣ୍ଡି, ଡି. ଦାମୁ, ନିର୍ମଳ ବାଗ୍, ନରେନ୍ଦ୍ର ଖୋସଲା, ଘେନୁ ଜେନା, ରାମଚନ୍ଦ୍ର ମହାନ୍ତି, ସନ୍ତୋଷ ପଟ୍ଟନାୟକ, ଡିଲେ ରାଓ, ମୋହନ ବଳ, ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସଂଗ୍ରାମ କେଶରୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande